ଅକ୍ଟୋବର ୨ରୁ ଖୋଲିବ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ

0 593


ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋରଧା ଅଞ୍ଚଳର ଜନସାଧାରଣଙ୍କର ଆମୋଦ ପ୍ରମୋଦ ପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଜିଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ନିର୍ମାଣ କରାଯାଇଥିଲା । କିନ୍ତୁ ମହାମାରୀ କରୋନା ପାଇଁ ଗତ ମାର୍ଚ୍ଚ ମାସ ଠାରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା ।

ବର୍ତ୍ତମାନ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨ ତାରିଖ ଠାରୁ ରାଜ୍ୟସରକାରଙ୍କ କୋଭିଡ଼ – ୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଉଦ୍ୟାନକୁ ସର୍ବସାଧାରଣ ନିମନ୍ତେ ଖୋଲିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ସ୍ମୃତି କମିଟି ଟ୍ରଷ୍ଟର ସମ୍ପାଦକ ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି । ନିଷ୍ପତ୍ତି ଅନୁସାରେ ଉଦ୍ୟାନ ସକାଳ ଘ. ୫.୩୦ ମି. ଠାରୁ ୮ ଘଟିକା ପର୍ଯ୍ୟନ୍ତ ଓ ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।

ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ଯେ ଉଦ୍ୟାନ ଭିତରେ ପ୍ରବେଶ କରିବା ପାଇଁ ପ୍ରତ୍ୟେକ ଜନସାଧାରଣ ରାଜ୍ୟସରକାରଙ୍କ କୌଭିଡ଼ – ୧୯ ନିର୍ଦ୍ଦେଶାବଳୀ ପାଳନ କରିବେ । ବିନା ମାସ୍କରେ କୌଣସି ଜନସାଧାରଣଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଉଦ୍ୟାନ ଭିତରେ ସାମାଜିକ ଦୂରତା ବଜାୟ ରଖୁବେ । ଅଳିଆ ଆର୍ବଜନା ତଥା ସର୍ବସାଧାରଣରେ ଛେପ ପକାଇବେ ନାହିଁ । ବିଶେଷ କରି କୌଣସି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ପାନୀୟ ଦ୍ରବ୍ୟ ଆଦି ଉଦ୍ୟାନ ଭିତରକୁ ସମ୍ପୂର୍ଷ ନିଷେଧ କରାଯାଇଛି ।


ପ୍ରକାଶ ଥାଉକି, ଅକ୍ଟୋବର ୨ ଗାନ୍ଧିଜୟନ୍ତୀ ଦିନ ଉଦ୍ୟାନ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏହି ଉତ୍ସବକୁ ସଫଳ କରିବା ପାଇଁ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟର ସମ୍ପାଦକ ସଞ୍ଜୟ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

seventeen + sixteen =