ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଧର୍ମେନ୍ଦ୍ର

0 651


• ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବାର ସକଳ୍ପ କରିବା


ଭୁବନେଶ୍ୱର, ଅକ୍ଟୋବର ୦୨ – ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃÂାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ
ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ସମସ୍ତେ ସକଳ୍ପ କରିବା ଦରକାର ବୋଲି ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ଅବସରରେ ‘ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ’ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଡା. ହରେକୃଷ୍ଣ ମହତାବ ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଗାନ୍ଧୀଜୀଙ୍କ ଦାଣ୍ଡି ଆନେ୍ଦାଳନ ପରେ ଏହା ଦ୍ୱିତୀୟ ବୃହତ୍ତମ ଆନେ୍ଦାଳନ ଭାବରେ ପ୍ରତିÂିତ ହୋଇପାରିଥିଲା । ସେହିପରି ଇରମରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ, ତାଳଚେରରେ ପ୍ରଜା ଆନେ୍ଦାଳନ, ଦେଶ ପାଇଁ ଶହୀଦ ହୋଇଥିବା ବାଜି ରାଉତଙ୍କ ବଳିଦାନ ଆଜି ମଧ୍ୟ ପ୍ରାସଙ୍ଗିକତା ରଖିଛି । ଏହାସହ ଭାରତୀୟ ବିଚାରରେ ଉକôଳମଣି ଗୋପବନ୍ଧୁ ଦାସ, ଉକôଳ ଗୌରବ ମଧୁସୂଦନ ଦାସ ଓ ସ୍ୱାଧୀନତା ସଂଗ୍ରାମୀ ବrି ଜଗବନ୍ଧୁ, ଚାଖି ଖୁଣ୍ଟିଆ, ଲକ୍ଷ୍ମଣ ନାୟକ, ଚକରା ବିଶୋଇ, ଡୋରା ବିଶୋଇଙ୍କ ରାଜ୍ୟ ଓ ଦେଶ ପାଇଁ ସେବା ଏବଂ ଅବଦାନ ଥିଲା ଅତୁଳନୀୟ ।
ସେ କହିଛନ୍ତି ମହାତ୍ମା ଗାନ୍ଧୀ ଗାନ୍ଧୀ ତାଙ୍କ ଜନଚେତନାର ପ୍ରୟାସରେ ଭାରତୀୟତାକୁ ମହତ୍ୱ ଦେଇଥିଲେ । ସେ ସମୟରେ ସ୍ୱାବଲମ୍ବନ, ଆତ୍ମନିର୍ଭର ହେବାକୁ କହି ଗାନ୍ଧିଜୀ ବୈଷୟିକ ଦିଗଦର୍ଶନ ଦେଇଥିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି l

Leave A Reply

Your email address will not be published.

5 × five =