ମୋଦି ସରକାର ଥିବା ପର୍ଯ୍ୟନ୍ତ ଏମ୍ଏସ୍ପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ : ଧର୍ମେନ୍ଦ୍ର

0 470



ଭୁବନେଶ୍ୱର, ୦୩/୧୦ : ଭାରତବର୍ଷରେ ମୋଦି ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଶନିବାର ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ ଭାରତ ସରକାରଙ୍କ ‘ନୂତନ କୃଷିନୀତି’ ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ନୂଆ ନିୟମରେ ଏମ୍ଏସ୍ପି ବନ୍ଦ ହୋଇଯିବ ବୋଲି ହେଉଥିବା ଅପପ୍ରଚାର ସମ୍ପୂର୍ଣ୍ଣ ରୂପେ ମିଥ୍ୟା  ନୂତନ କୃଷି ନୀତି ନୂତନ କୃଷି ନୀତି କୃଷି ନୀତି ଦ୍ୱାରା ରାଜ୍ୟରେ ମଣ୍ଡି ବ୍ୟବସ୍ଥା(ଏପିଏମସି) ବନ୍ଦ ହେବନାହ l ମଣ୍ଡି ିଁ ଓ ମଣ୍ଡି ବାହାରେ ମଧ୍ୟ ଚାଷୀମାନେ ନିଜ ଉପôାଦ ବାହାରେ ମଧ୍ୟ ଚାଷୀମାନେ ନିଜ ଉପôାଦିତ ସାମଗ୍ରୀକୁ ବିକି ପାରିବେ l ମୋଦି ସରକାରରେ ରାଜ୍ୟର ଚାଷୀଙ୍କ ଠାରୁ ୨୨.୮୬ ମିଲିୟନ ମେଟ୍ରିକ୍ ଟନର ଧାନ କିଣାଯାଇଛି l
 ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି l ନୂଆ ବିଧେୟକ ଚାଷୀ ଓ ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବ l ୧୦ ହଜାର ଏଫପିଓ ଗଠନ ଯୋଜନା ଓଡିଶାଚାଷୀଙ୍କୁ ଲାଭ ଦେବ l  କଂଟ୍ରାକ୍ଟ ଫାର୍ମିଂ ଦ୍ୱାରା କେବଳ ଚାଷୀର ଉତ୍ପାଦନ ଫସଲ କିଣିହେବ l  ଯୁବ ଚାଷୀମାନେ କୃଷି ଉଦ୍ୟୋଗୀ ହେବା ସହ ନିଜ ଆକାଂକ୍ଷାକୁ ପୂରଣ କରିବେ l
ମୋଦି ସରକାରରେ ଅଣାଯାଇଥିବା ତିନୋଟି ବିଲ୍ ଯଥା କୃଷି ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ବିଲ୍, ଚାଷୀ (ସଶକ୍ତୀକରଣ ଏବଂ ସୁରକ୍ଷା) ଚୁକ୍ତିଭିତିକ ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ବିଲ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି । ତେବେ ଏହି ବିଲ୍ ଦ୍ୱାରା ଏମଏସପି ବନ୍ଦ ହେବ ବୋଲି ଯେଉଁ ଅପପ୍ରଚାର
ହେଉଛି ତାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଓଡିଶା ଓ ଭାରତବର୍ଷରେ ଏମ୍ଏସ୍ପି ବ୍ୟବସ୍ଥା ପୂର୍ବଭଳି ଅପରିବର୍ତିତ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.

4 × 2 =