ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି

0 575

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି। ଆଜି ତାଙ୍କର ପରଲୋକ ଘଟିଛି। ସେ ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସ୍ବର୍ଗତ ରାଉତରାୟ ୨୦୧୯ ର ନିର୍ବାଚନ ଲଢ଼ି ନ ଥିଲେ। ସେ କହିଥିଲେ, “ମୁଁ ଗତ ୪୦ ବର୍ଷ ଧରି ରାଜନୀତିରେ ଅଛି। ତେଣୁ ମୁଁ ଆଗାମୀ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛି। ତେବେ ଦଳକୁ ମଜବୁତ କରିବା ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ବ୍ୟତୀତ ମୁଁ ସବୁକିଛି କରିବି ବୋଲି କହିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ସ୍କୁଲ ଓ କଲେଜ ଜୀବନରେ ଜଣେ ମେଧାବୀ ଛାତ୍ର ଥିଲେ। ସେ ଭୂଗୋଳରେ ଏମଏ ଗୋଲଡ ମେଡାଲିଷ୍ଟ ଥିଲେ। ପରବର୍ତ୍ତୀ ସମୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ସେ ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟରେ ଏବଂ ବିଜେଡ଼ି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ ରାଜସ୍ୱ, ସ୍ୱାସ୍ଥ୍ୟ ଓ ଜଙ୍ଗଲ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ତୁଲାଇଥିଲେ ।

ସ୍ବର୍ଗତ ରାଉତରାୟଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ରାଜନୈତିକ ଜୀବନରେ ସ୍ୱର୍ଗତ ରାଉତରାୟଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.

twenty − 12 =