କୁଜଙ୍ଗ :କୁଜଙ୍ଗ ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନ ୯ ଘଟିକା ରେ ସ୍ଥାନୀୟ ସୂଚନା ଭବନରେ ଅନୁଷ୍ଠିତ ହୋଇଯାଇଛି । ପାରାଦ୍ବୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ । ଏହି ରକ୍ତ ଦାନ ଶିବିର ରେ ୬୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କୁଜଙ୍ଗ ବ୍ଲକ୍ ଯୁବ ବିଜେଡି ସଭାପତି ମାନଭଞ୍ଜନ ମଲ୍ଲ,ଉପସଭାପତି ଜଗବନ୍ଧୁ ଦାସ,କୁଜଙ୍ଗ ବ୍ଲକ ଛାତ୍ର ବିଜେଡି ସଭାପତି ମହେଶ୍ୱର ଦାସ,ଯୁବ ବିଜେଡି ସଂଗଠକ ତଥା ଆଇଟି ସେଲ ମୁଖ୍ୟ ଅରୂପ୍ରସାଦ ମହାନ୍ତି,ରାଜ୍ୟ ଯୁବ ବିଜେଡି ସଂପାଦକ ତ୍ରିଲୋଚନ ତରାଇ,ରାଜ୍ୟ ଯୁବ ସାଂଗଠନିକ ସଂପାଦକ ରଶ୍ମିରଞ୍ଜନ ଦାସ,ରାଜ୍ୟ ଛାତ୍ର ସଂପାଦକ ସୁଚିସ୍ମିତା ବେହେରା,ଜଗତସିଂହପୁର ଜିଲ୍ଲା ଛାତ୍ର ସଭାପତି ସମ୍ବିତ ଲେଙ୍କା,ସାଂସଦ ପ୍ରତିନିଧି ସୁଧଲ୍ ସ୍ୱାଇଁ,ପ୍ରକାଶ ପରିଡା,ମାନସ ପରିଡା,ଭାରତ ଭୁଷଣ ନାୟକ,ସ୍ମୃତି ରଂଜନ ବେହେରା,ଭାରତ ଭୁଷଣ ଦାସ, ପୁଷ୍ପଲତା ବେହେରା, ନରେନ୍ଦ୍ର ପରିଡ଼ା, ମଦନ ମୋହନ ସ୍ବାଇଁ,ରାଜେନ୍ଦ୍ର ସାହୁ, ବିଚିତ୍ରାନନ୍ଦ ପ୍ରଧାନ, ସବିତା ମହାପାତ୍ର, ସୁରେନ୍ଦ୍ର ନାଥ ମହାପାତ୍ର,ଅଜିତ ପ୍ରସାଦ ମହାନ୍ତି, ନନ୍ଦିନୀ ପଣ୍ଡା,ମିହିର ପଟ୍ଟନାୟକ, ରାଜେଶ୍ ଭୁଆଁ, ସଂଗ୍ରାମ ମନ୍ତ୍ରୀ,ନିରଞ୍ଜନ ପ୍ରଧାନ,କବି ରଂଜନ ବେହେରା,ମିହିର ଛାଟୋଇ ପ୍ରମୁଖ ଯୋଗଦେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ଯୁବ ଓ ଛାତ୍ର ସଦସ୍ୟଙ୍କୁ ଅଧିକ ଉତ୍ସାହିତ କରିବା ସହ ପୂର୍ଣ୍ଣ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡିଶା ମୋ ପରିବାର,ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରାଜ୍ୟର ପୁର ପଲ୍ଲୀରେ ସଫଳ ଓ ସାକାର ହୋଇ ପାରିଛି । ସଂଗୃହିତ ରକ୍ତରେ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ହେଉଛି ବୋଲି ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ମତ ରଖି ଥିଲେ । ଶେଷରେ ରକ୍ତ ଦାତା କରୋନା ଯୋଦ୍ଧାଙ୍କୁ ପ୍ରମାଣ ପତ୍ର ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା ।