“ମୁଁ ୩ଟି କାରଣରୁ ଦାନ ପାଇଁ ପ୍ରେରଣା ପାଇଛି : ମଧ୍ୟବିତ୍ତର ମୂଲ୍ୟବୋଧ, ସାଙ୍ଗମାନଙ୍କ ପ୍ରଭାବ ଓ ବାହାର ଦୁନିଆ ଦେଖିବା”

0 932

ଭୁବନେଶ୍ୱର:ସୁବ୍ରତ ବାଗଚି ଙ୍କ ସମାଜସେବା ଓ ଦାନ କୁ ନେଇ ସାରା ଦେଶରେ ଚର୍ଚ୍ଚା। ଏ ସମ୍ପର୍କରେ ଶ୍ରୀ ବାଗଚି କହିଛନ୍ତି, “ମୁଁ ୩ଟି କାରଣରୁ ଦାନ ପାଇଁ ପ୍ରେରଣା ପାଇଛି।
ମଧ୍ୟବିତ୍ତର ମୂଲ୍ୟବୋଧ, ସାଙ୍ଗମାନଙ୍କ ପ୍ରଭାବ ଓ ବାହାର ଦୁନିଆ ଦେଖିବା (middle class value, peer group & exposure)ରୁ ଦାନ କରିବାର ପ୍ରେରଣା ପାଇଛି!

ମୁଁ ଆମେରିକାରେ ୩ ଥର ଯାଇ ରହିଛି। ଆମେରିକାର ନ୍ୟୁୟର୍କରେ ଥିବା ‘ସ୍ଲୋଆନ କେଟରିଂ’ କ୍ୟାନ୍ସର ଗବେଷଣା କେନ୍ଦ୍ର ଦ୍ୱାରା ପ୍ରଭାବିତ ହୋଇଥିଲି। ଏହାକୁ ସ୍ଲୋଆନ ଓ କେଟରିଂଙ୍କ ଭଳି ଦୁଇ ଜଣ ଅଟୋମୋବାଇଲ ଇଞ୍ଜିନିୟର ପ୍ରତିଷ୍ଠା କରିଥିଲେ। ବେଙ୍ଗାଳୁରୁରେ ଅଜିମ ପ୍ରେମଜି, ନାରାୟଣ ମୂର୍ତ୍ତିଙ୍କ ଭଳି ଲିଡ଼ରଙ୍କ ସଂସ୍ପର୍ଶରେ ଆସିବା, କିରଣ ମଜୁମଦାରଙ୍କ ଭଳି ସାଙ୍ଗମାନଙ୍କ ସଂସ୍ପର୍ଶରେ ଆସିବା କାରଣ ବି ଏଭଳି ମନୋଭାବ ସୃଷ୍ଟି କରିଛି।

ଇନସୁଲିନ ହେଉ କି କୋଭିଡ ଟିକା- ଏଭଳି ଅନେକ କଥା ବିଶ୍ୱବିଦ୍ୟାଳୟ ଗବେଷଣାରୁ ବାହାରିଛି। ଷ୍ଟାନଫୋର୍ଡ, ହାଭାର୍ଡ, ୟେଲ ବିଶ୍ୱବିଦ୍ୟାଳୟ ଏଭଳି ଉଚ୍ଚତର ଗବେଷଣା କରୁଛନ୍ତି।
ପୃଥିବୀର ଶ୍ରେଷ୍ଠ ୧୦୦ ଗବେଷଣା କେନ୍ଦ୍ର ଭିତରେ କେବଳ IISc ବେଙ୍ଗାଳୁରୁ ଥିବାରୁ ଆମେ ସେଠି ଗବେଷଣା ପାଇଁ ଅର୍ଥ ଦାନ କଲୁ। ସେଠାରେ ୫୦ଟି ଚେୟାର ପ୍ରଫେସର ପଦ ସୃଷ୍ଟି ହେବ- ଆଉ ପ୍ରତିଟି ପାଇଁ ଅତି କମରେ ₹୮ କୋଟି ଟଙ୍କା ଖର୍ଚ୍ଚ ହେବ!”

‘ମାଇଣ୍ଡଟ୍ରି’ ସଫ୍ଟୱେର କମ୍ପାନୀର ପ୍ରତିଷ୍ଠାତା ସୁବ୍ରତ ବାଗଚି ଓ ସାହିତ୍ୟିକା ପତ୍ନୀ ସୁସ୍ମିତା ବାଗଚି , ସହ ପ୍ରତିଷ୍ଠାତା ଏନ ଏସ ପାର୍ଥସାରଥୀ ଓ ତାଙ୍କ ପତ୍ନୀ ରାଧାଙ୍କ ସହ ମିଶି ପ୍ରତିଷ୍ଠିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଳୁରୁରେ ୮୦୦ ଶଯ୍ୟା ବିଶିଷ୍ଟ ‘ବାଗଚି-ପାର୍ଥସାରଥୀ ହସ୍ପିଟାଲ’ ପ୍ରତିଷ୍ଠା ପାଇଁ ମିଳିତ ଭାବେ ଦାନ କଲେ ₹୪୨୫ କୋଟି!

ସୂଚନା ଯୋଗ୍ୟ, ୧୯୯୯ରେ ସୁବ୍ରତ ବାଗଚି ପୂର୍ବରୁ ‘ଉଇପ୍ରୋ’ରେ କାମ କରୁଥିବା ଅନ୍ୟ ୯ଜଣ ସାଙ୍ଗଙ୍କ ସହ ମିଶି ପ୍ରତିଷ୍ଠା କରିଥିଲେ ‘ମାଇଣ୍ଡଟ୍ରି’ କମ୍ପାନୀ। ନିଜେ ଜଣେ ସଫ୍ଟୱେର ଇଂଜିନିୟର ହୋଇନଥିଲେ ବି ସଫ୍ଟୱେର ବ୍ୟବସାୟରେ ସଫଳ ହୋଇଥିଲେ ବାଗଚି। ମାଇଣ୍ଡଟ୍ରିର ବଜାର ମୂଲ୍ୟ ଏବେ ପ୍ରାୟ ୬୨ ହଜାର କୋଟି ଟଙ୍କା!

Leave A Reply

Your email address will not be published.

eleven − 11 =