ଚାଲିଗଲେ କେ କେ

0 371


ମୁମ୍ବାଇ: ବଲିଉଡ୍‌ ଗାୟକ କେକେ ଆଉ ନାହାନ୍ତି । ଗତକାଲି କୋଲକାତାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରୁଥିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲା ବେଳେ ସେ ପରଲୋକ ଗମନ କରିଛନ୍ତି । କେକେ ନାମରେ ଜଣାଶୁଣା କୃଷ୍ଣକୁମାର କୁନ୍ନଥ ୧୯୬୮ ମସିହା ଅଗଷ୍ଟ ୨୩ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ସେ ବଲିଉଡ୍‌ ବହୁ ଲୋକପ୍ରିୟ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’, ‘ଜନ୍ନତ’, ‘ଓ ଲମହେ’, ‘ତୁମ ମିଲେ’, ‘ଗ୍ୟାଙ୍ଗଷ୍ଟାର୍‌,’ ‘ବଜରଙ୍ଗୀ ଭାଇଜାନ୍‌’, ‘ଓମ୍‌ ଶାନ୍ତି ଓମ୍‌’ , ‘ରହେନା ହେ ତେତେ ଦିଲ ମେ’ ଇତ୍ୟାଦି । ୯୦ ଦଶକରେ କେକେ ବଲିଉଡ ସଙ୍ଗୀତ ଜଗତରେ ଚହଳ ପକାଇଥିଲେ । ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ କେକେ । ହିନ୍ଦୀ ସହିତ ତାମିଲ, ଓଡ଼ିଆ, ତେଲଗୁ, ବଙ୍ଗାଳି, କନ୍ନଡ଼, ମାଲାୟଲମ୍‌, ଆସାମୀ ଓ ଗୁଜୁରାଟୀ ଭାଷାରେ ସେ ଗୀତ ଗାଇଛନ୍ତି । ବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍‌ ରହେମାନ୍‌ କେକେଙ୍କୁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଫିଲ୍ମରେ ପ୍ରଥମ ବଲିଉଡ୍‌ ସୁଯୋଗ ଦେଇଥିଲେ । ଏହାର ଗୀତ ‘ତଡ଼ପ ତଡ଼ପ କେ’ ବହୁ ଲୋକପ୍ରିୟ ହୋଇଥିଲେ । କେକେ ନିଜର ସୁମଧୁର ସଙ୍ଗୀତ ପାଇଁ ଫିଲ୍ମ ଫେୟାର୍‌ ଓ ସ୍କ୍ରିନ୍‌ ପୁରସ୍କାର ହାସଲ କରିଥିଲେ । ନିଜର ପତ୍ନୀ ଜ୍ୟୋତି, ପୁଅ ନକୁଳ ଓ ଝିଅ ତମାରାଙ୍କୁ କେକେ ଛାଡ଼ି ଚାଲିଯାଇଛନ୍ତି ।

Leave A Reply

Your email address will not be published.

5 × two =