ଶ୍ରୀରଞ୍ଜନ ମଙ୍ଗରାଜ କାର୍ଡ଼ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି

0 62


ଭୁବନେଶ୍ୱର: ଶ୍ରୀରଞ୍ଜନ ମଙ୍ଗରାଜ କାର୍ଡ଼ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ଭାବେ ମନୋନୀତ ହୋଇଛନ୍ତି । କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭାର ଏକ ବରାଦି ବୈଠକ ଡକାଯାଇ ସଂଘକୁ ପୁନଃଗଠନ କରାଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ବିଜେପି ରାଜ୍ୟ ସମବାୟ ସେଲ୍‌ ସଂଯୋଜକ ତଥା ଜଣେ ସଫଳ କୃଷକ ଓ ସମବାୟ ନେତା ଶ୍ରୀରଞ୍ଜନ ମଙ୍ଗରାଜଙ୍କୁ ସଭାପତି ଭାବେ ମନୋନୟନ କରାଯାଇଛି । ବରିଷ୍ଠ ସମବାୟବିତ୍‌ ସଜ୍ଜନ ଶର୍ମାଙ୍କୁ ମୁଖ୍ୟ ଉପଦେଷ୍ଟା ଓ ପରମେଶ୍ୱର ଦାସଙ୍କୁ ଉପଦେଷ୍ଟା ଭାବରେ ମନୋନୀତ କରାଯାଇଛି । ଉକ୍ତ କମିଟି ସଂଘର ସମସ୍ତ ସମସ୍ୟାକୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ସାଧାରଣ ସଭାରେ ପ୍ରସ୍ତାବ ଗୃହୀତ ହୋଇଛି । ଏହି ବୈଠକରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧମ ସଂଯୋଜକ ସୁଜିତ୍‌ କୁମାର ଦାସ, ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଓ ପତଞ୍ଜଳୀ କରଶର୍ମା, କିଶୋର ଜେନା, ଅକ୍ଷୟ କୁମାର ପଟ୍ଟନାୟକ, ବିଶ୍ୱଜିତ୍‌ ସ୍ୱାଇଁ, ଜନ୍ମେଜୟ ଜେନା, ବିଶ୍ୱଜିତ୍‌ ସାହୁ, ଶ୍ରୀକାନ୍ତ ପାଟ୍ଟଯୋଷୀ ଏବଂ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ସୁକାନ୍ତ ଦାସ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସାହୁ, ଉପସଭାପତି କୈଳାଶନାଥ ପଣ୍ଡା, ସୁବ୍ରତ ନନ୍ଦ ଓ କୋଷାଧ୍ୟକ୍ଷ ଲୋକନାଥ ପାତ୍ର ପ୍ରମୁଖ ୪୪ଜଣ ସଦସ୍ୟ ଓ ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.

11 + 2 =