ଖୋର୍ଦ୍ଧାରେ ବିଜେପିର ତ୍ରିରଂଗା ଶୋଭାଯାତ୍ରା

0 75

ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ “ତ୍ରିରଙ୍ଗା” : ମନମୋହନ ସାମଲ

 ନିଜ ନିଜ ଘରେ ପ୍ରତ୍ୟେକ ଭାରତୀୟ “ତ୍ରିରଙ୍ଗା ପତାକା” ଉଡାଇବାକୁ ରାଜ୍ୟ ସଭାପତି କଲେ ଅନୁରୋଧ
 ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ, ଜାତୀୟତାବାଦ, ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୂଳ ଉଦ୍ଦେଶ୍ୟ

ଭୁବନେଶ୍ୱର/ଖୋର୍ଦ୍ଧା, : ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ । ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇବା ଲକ୍ଷ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ “ତ୍ରିରଙ୍ଗା ଯାତ୍ରା” ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ମଧ୍ୟ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ସହ ତ୍ରିରଙ୍ଗା ଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ।
ଆଜି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଅଫିସଠାରୁ ବିଜେବି ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ “ତ୍ରିରଙ୍ଗା ଯାତ୍ରା”ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇଛନ୍ତି । ତ୍ରିରଙ୍ଗା, ବାଦ୍ୟ ଓ ନୃତ୍ୟ ସହିତ ଏହି ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ ।
ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ତ୍ରିରଙ୍ଗା । ଏହି ପତାକାକୁ ସମ୍ମାନର ସହ ଉଚ୍ଚ ସ୍ଥାନରେ ରଖିବା ସମସ୍ତଙ୍କ ଦାୟିତ୍ୱ । ଏହି ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ, ଜାତୀୟତାବାଦ, ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୂଳ ଉଦ୍ଦେଶ୍ୟ । ଏହି ପତାକାକୁ ସମ୍ମାନର ସହ ଉଚ୍ଚସ୍ଥାନରେ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ନିଜ ନିଜ ଘରେ ପ୍ରତ୍ୟେକ ଭାରତୀୟ “ତ୍ରିରଙ୍ଗା ପତାକା” ଉଡାଇବାକୁ ରାଜ୍ୟ ସଭାପତି କଲେ ଅନୁରୋଧ ।
ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଅରବିନ୍ଦ ଢ଼ାଲି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବିଶ୍ୱରଞ୍ଜନ ବଡଜେନା, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ ।

Leave A Reply

Your email address will not be published.

4 − 4 =