ପୁନେ : ପୁନେ ସହର ଭୋଷରି ଅଞ୍ଚଳରେ ଶାରଳା ମିତ୍ର ମଣ୍ଡଳ ଦ୍ଵାରା ଆୟୋଜିତ ୨୬ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି।
ମଇ ଏକ ତାରିଖ ଶ୍ରମିକ ଦିବସ ଅବସରରେ 6000 ରୁ ଊର୍ଦ୍ଧ ପ୍ରବାସୀ ଓଡ଼ିଆଙ୍କ ସମାଗମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲା।
ଉତ୍କଳ ପରମ୍ପରା ଭାବ ଭକ୍ତି ଓ ଏକତା ତଥା ଜଗନ୍ନାଥ ସଂସ୍କୃତିର ଆଚରଣ ଉଚ୍ଚାରଣ ପୂଜା ବିଧି ସାମୁହିକ ଏକlଗ୍ରତାର ଝଲକ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା।
ଶାରଳା ମିତ୍ର ମଣ୍ଡଳ ଦିର୍ଘ୍ 26 ବର୍ଷ ଧରି ଏହି ହଜି ଯାଉଥିବା ଓଡ଼ିଆ ପରମ୍ପରାଙ୍କୁ ପୁନେ ସହରରେ ପ୍ରତି ଗୁରୁବାର ଦିନ ରୀତିନୀତି ଅନୁଯାୟୀ ପାଳି ତ୍ରିନାଥ ମେଳା ଓ ବର୍ଷକୁ ଥରେ ବାର୍ଷିକ ଉତ୍ସଵ ଜlରି ରଖିଚି ।
ଏହି ବାର୍ଷିକ ଉତ୍ସଵରେ ଛୋଟ ପିଲାମାନଙ୍କ ଚେତନା ଶକ୍ତିକୁ ଅଧ୍ୟାତ୍ମିକତା ଭାବ ସହିତ ଯୋଡ଼ିବା ପାଇ ,ଚିତ୍ର ଅଙ୍କନ ପ୍ରତି ଯୋଗିତା ହୋଇଥିଲା। ପାଞ୍ଚ ଶହରୁ ଉର୍ଦ୍ଧ ପିଲା ଭାଗ ନେଇ ସୁନ୍ଦର ଚିତ୍ର ଅଙ୍କନ ପ୍ରତି ଛବି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା,
ଅନୁଷ୍ଠାନ ତରଫରୁ ଉଚ୍ଚ କୋଟିର ଚିତ୍ରାଙ୍କନ ପାଇଁ ପ୍ରଥମ ସ୍ଥାନ, ଆୟୁଷ ସ୍ୱାଇ,
ଦ୍ବିତୀୟ ସ୍ଥାନ ଦିବ୍ୟାଶୁ ବୀରେନ ମହାରଣା,
ତୃତୀୟ ସ୍ଥାନ ସୁହାନି ଇନ୍ଦ୍ରମଣି ସ୍ଵାଇ ଙ୍କୁ ପୁରସ୍କାର ପ୍ରଦାନ କରି ପିଲାଙ୍କ ମଙ୍ଗଳ କାମନା କରଯାଇଥିଲା ।
ଅତିଥି ଦେବ ଭବ୍ କାର୍ଯ୍ୟ କ୍ରମ ମାଧ୍ୟମରେ ଅନୁଷ୍ଠାନ ତରଫରୁ ବହୁ ବୟଜେଷ୍ଟ ବରିଷ୍ଠ ନାଗରିକଙ୍କୁ ସତ୍କାର କରାଯାଇଥିଲା।
ଓଡ଼ିଆ ଭଜନ ଜଣାଣ କୀର୍ତ୍ତନ ସମାରହୋ ପ୍ରବାସୀଙ୍କ ଆବେଗକୁ ଆହୁରି ସଶକ୍ତ କରିଥିଲା
ଶେଷରେ ସ୍ଵାଦିଷ୍ଟ ଓଡ଼ିଆ ବିଞ୍ଜନ ଯୁକ୍ତ ପ୍ରସାଦ ସ୍ଥାନୀୟ ଓ ପ୍ରବାସୀ ଙ୍କ ମନ ମୋହିଥିଲା।