ପାଞ୍ଚଦିନର ଅସୁସ୍ଥତା ପରେ ଆଖିବୁଜିଲା ମାଈହାତୀ : ହରପିସ୍ ଭୂତାଣୁ ଦ୍ୱାରା ମୃତ୍ୟୁ ସନ୍ଦେହ

0 226


ବାଙ୍କୀ(ଆଶିଷ କୁମାର ମହାପାତ୍ର) : ବାଙ୍କୀ ବାଆଁରା ସ୍ଥିତ ଚନ୍ଦକା ଡମପଡ଼ା ବନଖଣ୍ଡ ସଂଲଗ୍ନ ଜଙ୍ଗଲରେ ଏକ ବିଲରେ ଗତ ଗୁରୁବାର ଦିନ ଏକ ୧୦ବର୍ଷର ମାଈହାତୀ ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିଲା । ପରବର୍ତ୍ତୀ ଅବସ୍ଥାରେ ମାଈହାତୀଟିର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୂବନେଶ୍ୱର ଓ.ୟୁ.ଟିରୁ ପ୍ରଫେସର ଓ ଆସାମର ବିଶେଷଜ୍ଞଙ୍କ ତରଫରୁ ପାଞ୍ଚ ଦିନଧରି ଜରୁରୀ କାଳିନ ଭିତ୍ତିରେ ହାତୀଟିକୁ ବଞ୍ଚାଇବା ପାଇଁ ଔଷଧ, ସାଲାଇନ୍ ପ୍ରଭୃତି ଦେଇ ଚିକିତ୍ସା ଜାରିରହିଥିବା ବେଳେ ଆଜି ଅପରାହ୍ଣ ୪ଟାରେ ମାଈହାତୀଟିର ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉକି ମାଈହାତୀଟି ହାତୀ ଦଳ ସହିତ ବୁଧବାର ବିଳମ୍ବିତ ରାତିରେ ଜଙ୍ଗଲରୁ ବାହାରି ଖାଦ୍ୟ ଅନ୍ୱେଷଣ ରେ ବାଆଁରା ଓ ଭଗୀପୁର ·ଷଜମିରେ ପଶିଥିଲା । ତେବେ କୋ÷ଣସି କାରଣ ବଶତଃ ହାତୀ ଦଳଙ୍କ ମଧ୍ୟରୁ ଗୋଟିଏ ମାଈହାତୀ ଅସୁସ୍ଥ ହୋଇ ପଡିଥିବାର ବାଆଁରାର ସ୍ଥାନୀୟ ଜନସାଧାରଣ ଦେଖିଥିଲେ । ଓ.ୟୁ.ଟି ଓ ବନବିଭାଗର କର୍ମ·ରୀମାନେ ହାତୀଟିର ଚିକିତ୍ସା ଜାରିରଖିଥିଲେ ଓ ତାର ସ୍ୱାସ୍ଥ୍ୟର ଉନ୍ନତୀ ପରିଲିକ୍ଷିତ ହୋଇଥିଲା । ସେ ପରବାପତ୍ର ଖାଇବା , ଶୁଣ୍ଢ ଓ ଲାଞ୍ଜ ହଲାଇବା ସହିତ ଉଠିବା ପାଇଁ ମଧ୍ୟ ଚେଷ୍ଟା କରୁଥିôଲା । ତେବେ ସୋମବାର ଦିନ ସକାଳୁ ତାର ସ୍ୱାସ୍ଥ୍ୟର ଅବନତି ହେବାର ଲକ୍ଷ୍ୟ କରାଯାଇଥିଲା । ହାତୀଟିର ଶବବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତରି ଟିମ୍ ଓ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

one × 4 =