ଭୁବନେଶ୍ୱର : ବିଜେପୁର ବିଧାନ ସଭା ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ବେଳେ ଏଭଳି ସ୍ଥିତିରେ ଅଛନ୍ତି ୩ଦଳର ପ୍ରାର୍ଥୀ ।
କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାକୁ ମୈଦାନକୁ କାଢି ନୂଆ ମୁହଁ ଦେଇ ଏକ୍ସପେରିମେଂଟ କରୁଥିବା ବେଳେ ବିଜେଡି ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପୁନର୍ବାର ଛିଡା କରିଛି । ଅନ୍ୟପଟେ ବିଜେପି ସନତ ଗଡ଼ତିଆଙ୍କୁ ଟିକେଟ ଦେଇ ବିଜେପୁର ଦାଖଲ କରିବାର ଆଶା ରଖିଛି ।
ପ୍ରାର୍ଥୀ ଘୋଷଣା ପରେ ବିଜେପୁର ମଇଦାନରେ ତ୍ରିମୁଖି ଲଢ଼େଇ ହେବା ସ୍ପଷ୍ଟ ହୋଇଯାଇଛି। ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ଭିତରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି।
ପ୍ରଥମେ ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ରିପୁ ସେଠଙ୍କୁ ହଟାଇ ନୂଆ ମୁହଁ ଭାବେ ବରଗଡ଼ ଜିଲ୍ଲା କଂଗ୍ରେସ ଉପ-ସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ମାହୋଲକୁ ଉଷ୍ଣ କରିଥିଲା ।
୨୦୦୪ରୁ ୨୦୧୭ ଯାଏଁ ସୁବଳ ସାହୁ କଂଗ୍ରେସ ଟିକେଟରୁ ଲଢ଼ି ବଜୟ ବାନା ଉଡେଇବା ସହ କଂଗ୍ରେସ ଗଡ଼ ଭାବେ ରଖିଥିଲେ ।ସୁବଳଙ୍କ ନେତୃତ୍ୱରେ କଂଗ୍ରେସ ବିଜେପୁର ମାଟିରେ ରାଜ୍ୟ ନେତୃତ୍ବାଧୀନ ବିଜେଡି ସରକାରକୁ ଚକମା ଦେବାସହ ବିଜୟରଥ କୁ ଅଟକାଇବାରେ ସକ୍ଷମ ହୋଇଥିଲା । ଫଳରେ ବିଜେଡିର ବିଜେପୁର ଆଶା ସୁବଳଙ୍କ ଜୀବନ ଦଶାରେ ମଳିନ ପଡିଥିଲା । ସୁବଳଙ୍କ ଦେହାନ୍ତ ପରେ କଂଗ୍ରେସ ପ୍ରଣୟ ସାହୁ ଏବଂ ରିପୁନାଥ ସେଠ୍ଙ୍କୁ ନିର୍ବାଚନକୁ ଓଲ୍ହାଇ ଫେଲ ମାରିଥିଲା।
ନୂଆ ମୁହଁ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଆସନ ଦାଖଲ ପାଇଁ ରଣକୌଶଳ ପ୍ରସ୍ତୁତ କରୁଥିଲା ବେଳେ ରିପୁନାଥ ସେଠ ଅସନ୍ତୁଷ୍ଟ ରହିଛନ୍ତି ।ଫଳରେ ବିଜେପୁର କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ରିପୁନାଥଙ୍କ ଉପରେ କାର୍ଯ୍ୟଶୈଳୀ ଏବଂ କାହାକୁ ସମର୍ଥନ ଦେବେ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।
୨୦୧୮ ଉପ-ନିର୍ବାଚନରେ ସୁବଳ ଙ୍କ ପତ୍ନୀ ରୀତାଙ୍କୁ ବିଜେଡି ପ୍ରାର୍ଥୀ କରି ଗୋଟି ଚାଳନା କରି ବିଜୟୀ ହାଇଥିଲା । କିନ୍ତୁ ସାଧାରଣ ନିର୍ବାଚନରେ ରିତାଙ୍କୁ ଅଟକାଇ ବିଜେଡି ସୁପ୍ରିମୋ ନିଜେ ଆସନରୁ ପ୍ରତିଦ୍ବନ୍ଦିତା କରି ବିଜେପୁର କଥା ନିଜେ ଦେଖିବେ ବୋଲି କହି ଜିତିଥିଲେ ।ପରେ ଏହି ଆସନ ଛାଡି ରିତାଙ୍କୁ ପୁଣି ସଯୋଗ ଦେଇ ବିରୋଧୀଙ୍କୁ ଚୁପ କରି ମହିଳା କାର୍ଡ ଖେଳିଛନ୍ତି ନବୀନ ।
କଂଗ୍ରେସ ଏବଂ ବିଜେଡି କୁ ଟକ୍କର ଦେବା ପାଇଁ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ସନତ କୁ ପୁଣି ଭରସା କରିଛି ଦଳ ।୫୩ ହଜାର ଭୋଟ ପାଇ ସନତ ଚର୍ଚ୍ଚା କୁ ଆସିଥିବା ବେଳେ ଚଳିତ ଉପ ନିର୍ବାଚନ ରେ କଡା ଟକ୍କର ଦେବେ ବୋଲି କୁହାଯାଉଛି ।
କଂଗ୍ରେସ ଗଡ଼ କୁ ବିଜେଡି ଦଖଲ କରିଥିବା ବେଳେ କଂଗ୍ରେସ ପୁଣି ଥରେ ଗଡ଼ ଦାଖଲ ର ସୁଯୋଗ କୁ ହାତ ଛଡା କରିବାକୁ ଚାହୁଁନାହିଁ । ଅନ୍ୟପଟେ ବିଜେପି ବି ଭୋଟରଙ୍କୁ ମନେଇବାରେ କୌଣସି ଗୁଣରେ କମ ରେ ରହିବ ନାହିଁ ।
ବିଜେପୁର ବାଜି କିଏ ମାରୁଛି ସେ ନେଇ ସମସ୍ତେ ନଜର ରଖିଥିବା ବେଳେ ତିନି ପ୍ରମୁଖ ଦାବିଦାର ଜୋରଦାର ପ୍ରସ୍ତୁତି ଚଳେଇଛନ୍ତି ।