ରୋଗୀଙ୍କୁ ଭଗବାନ ଭରସା;କାଗଜପତ୍ର ନାହିଁ,ଅଚଳ ହୋଇପଡିଛି ଆମ୍ବୁଲାନ୍ସ

0 506

ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀ ଉପକଣ୍ଡର କଳାପଥର ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ଲୋକସଭା ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ଏକ ଆମ୍ବୁଲାନ୍ସ ଏବେ ରାସ୍ତାରେ ଚଳାଚଳ କରିନପାରି ଡାକ୍ତରଖାନା ପରିସରରେ ପଡିରହିଛି । ଉକ୍ତ ଆମ୍ବୁଲାନ୍ସଟିର ଫିଟ୍ନେସ୍,ପ୍ରଦ୍ୟୁଷଣ ଷାଠିପିକଟ ଓ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଗାଡିଟି ରାସ୍ତାରେ ଚାଲିବା ଅନୁପେଯାଗୀ ହୋଇପଡିଛି । ଚଳିତ ମାସ ୧ ତାରିଖରୁ ରାଜ୍ୟରେ ପରିବହନ ନୀତି କଡାକଡି ଭାବରେ ପାଳନ ହେଉଥିବା ବେଳେ ଉକ୍ତ ଆମ୍ବୁଲାନ୍ସର କୈାଣସି କାଗଜପତ୍ର ନଥିବାରୁ ତାହା ରସ୍ତାରେ ଗଡିବା ଅନୁପେଯାଗୀ ହୋଇ ପଡିଛି । କଳାପଥର ଡାକ୍ତରଖାନାକୁ ସାଂସଦଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପୁରୁଣା ଆମ୍ବୁଲାନ୍ସଟି ଚାଲୁନଥିବାରୁ ଅଞ୍ଚଳର ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗୁରୁତ୍ତର ଅସୁସ୍ଥ ରୋଗୀମାନେ ଅଧିକ ଭଡାଦେଇ ଖୋର୍ଦ୍ଧା,ଭୁବନେଶ୍ୱର ଏବଂ କଟକ ଯିବାକୁ ପଡୁଛି । ଜଣାଯାଇଛି ଯେ, କଳାପଥର ଡାକ୍ତରଖାନା ଉପରେ ପଶ୍ଚିମ ବାଙ୍କୀ ସମେତ ବେଗୁନିଆ-ବୋଲଗଡ ଓ ଭାପୁର ଅଞ୍ଚଳର କିଛି ଜନସାଧାରଣ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରନ୍ତି । ଏହି ଡାକ୍ତରଖାନାକୁ ଦୈନିକ ଶତାଧିକ ଲୋକ ଚିକିତ୍ସାପାଇଁ ଆସୁଥିବାବେଳେ ଏଠାରେ ଆମ୍ବୁଲାନ୍ସଟିଏ ନଥିବାରୁ ଆଜିକୁ ପ୍ରାୟ ୧୯ ବର୍ଷ ତଳେ କଟକ ଲୋକସଭା ସାଂସଦ ଭତ୍ତ୍ୱହରି ମହତାବ ତାଙ୍କ ଉନ୍ନୟନ ପାଣ୍ଠିରୁ ଏକ ଆମ୍ବୁଲାନ୍ସଟିର ଆଜି ପର୍ଯ୍ୟନ୍ତ କୈାଣସି ସରକାରୀ କାଗଜପତ୍ର ହୋଇପାରି ନାହିଁ । ୧୯ ବର୍ଷଧରି ଗାଡିଟିର ଇନ୍ସୁରାନ୍ସ ,ଫିଟନେସ,ପ୍ରଦ୍ୟୁଷଣ,ରୋଡଟାକ୍ସ ସାଠୋପିକଟ ଆଦି ଆବଶ୍ୟକୀୟ କାଗଜପତ୍ର କରାଯାଇନାହିଁ । କେବଳ ଡାକ୍ତରଖାନାର ଆମ୍ବୁଲାନ୍ସ ସେବା ନାଁରେ ରାସ୍ତାରେ ଗାଡିଟି ରାସ୍ତାରେ କଛପ ଭଳି ଗଡୁଥିଲା । ଗାଡିଟି ପୁରୁଣା ମଡେଲ ହୋଇଥିବା ବେଳେ ଆବଶ୍ୟକ ଯନ୍ତ୍ରପାତି ମିଳୁନଥିବା ନେଇ ବହୁତ ସମୟ ଗ୍ୟାରେଜରେ ଜୀବନ କାଟୁଥିଲା । କଙ୍କଡାକୁ ଗୋଳିପାଣି ଭଳି ଆମ୍ବୁଲାନ୍ସ ଡ୍ରାଇଭର ଲୋକ ମାନଙ୍କୁ ଗାଡି ଖରାପ ଅଛି କହି ପ୍ରାଇଭେଟ ଗାଡିରେ ରୋଗୀ ମାନଙ୍କୁ ଶୋଷଣ କରୁଥିଲା । ସରକାରଙ୍କୁ କୈାଣସି ଟିକସ ନଦେଇ ଗାଡିଟି ୧୯ ବର୍ଷଧରି ଗଡିବା ପରେ ଏବେ ଚଳିତ ମାସ ୧ ତାରିଖ ଠାରୁ ଲାଗୁ ହୋଇଥିବା ପରିବହନ ଆଇନରେ ଫସିଯାଇଛି । ଗାଡିଟିର ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଫାଇନ୍ ଭୟରେ ଗାଡିଟି ରାସ୍ତାରେ ଚାଲିପାରୁନାହିଁ । ଆମ୍ବୁଲାନ୍ସଟି ରୋଗୀ ମାନଙ୍କୁ ନେଇ ଖୋର୍ଦ୍ଧା,ଭୁବନେଶ୍ୱର ଯାଉଥିବା ଗୁରୁତ୍ୱର ଅସୁସ୍ଥ ରୋଗୀମାନେ ହଇରାଣ ହରକତ ହେଉଛନ୍ତି । କୁହାଯାଉଛି ଯେ, ଗାଡିଟିର ଆବଶ୍ୟକୀୟ କାଗଜପତ୍ର ଠିକ୍ କରିବାପାଇଁ କୁଆଡେ ୬୦ ରୁ୭୦ ହଜାର ଟଙ୍କା ପରିବହନ ବିଭାଗ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ । ଏହି ଟଙ୍କା କେଉଁଠୁ ଆସିବ ତାହା ସ୍ଥିର ହୋଇପାରି ନଥିବା ବେଳେ ଅମ୍ବୁଲାନ୍ସ ଟିକୁ ସି ଡି ଏମ ଓ କାର୍ଯ୍ୟାଳୟରେ କଳାପଥର ଡାକ୍ତରଖାନା ତରଫରୁ ଫେରାଇ ଦିଆଯାଇଛି ବୋଲି ଦାୟିତ୍ୱରେ ଥିବା ଡାକ୍ତର ମନୋଜ ସେଠୀ ସୁଚନା ଦେଇଛନ୍ତି । ଖୁବ ଶୀଘ୍ର ନୁତନ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

one × 4 =