ଝଙ୍କଡ ମା ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା: ୪୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

0 468


ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳର ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡର ମା ଶାରଳା ଠାକୁରାଣୀଙ୍କର ଶାରଦୀୟ ପାର୍ବଣ ପୂଜା ମୂଳାଷ୍ଟମୀରେ ଶୁଭାରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଶନିବାର ମହାଷ୍ଟମୀ ଦିନ ମହାସମାରୋହରେ ଉଦଯାପିତ ହୋଇଯାଇଅଛି । ଆଜି ମାଙ୍କର ମହାଷ୍ଟମୀ ପୂଜା ହୋଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭୋର୩ଟାରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କର ଏହି ପୀଠକୁ ସୁଅ ଛୁଟିଥିବା ଦେଖିବାକୁ ମିଳିଥିଲା । ୪୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଏହି ପୀଠରେ ସମାଗମ ଲାଗିଥିଲା । ମାଙ୍କର ସେବାୟତ ମାନେ ମନ୍ଦିରର ଚତୁପାଶ୍ୱର୍ରେ ଛଣାମଣ୍ଡା ତିଆରି କରି ପସରା ମେଲାଇଥିଲେ । ଏହି ମଣ୍ଡା ଦୋକାନରେ ଭକ୍ତମାନଙ୍କ ଭିଡ ମଧ୍ୟ ଲାଗିରହିଥିଲା । ଆଜି ଏହି ମହାଷ୍ଟମୀ ଦିନ ପରମ୍ପରା ଅନୁଯାଇ ମାଙ୍କ ନିକଟରେ ଭକ୍ତ ମାନେ ଛଣାମଣ୍ଡା ଭୋଗ ଲାଗି କରି ମାଙ୍କର ଅଶିର୍ବାଦ ଭିକ୍ଷା କରିଥିଲେ । ସେହିପରି ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁ ମାନେ ପାଦରେ ଚାଲି ଚାଲି ନୁଆଧାନର ଚୁଡା ଆଣି ମନ୍ଦିର ବେଢାରେ ନିଜ ହାତରେ ଚୁଡାଘସା ପ୍ରସ୍ତୁତ କରି ମାଙ୍କୁ ଅର୍ପଣ କରିଥିଲେ । ପହୁଡ ଖୋଲିବା ପରେ ମଙ୍ଗଳ ଆରତି, ମଧୁସ୍ନାନ, ମାର୍ଜନା ଓ ବେଶ ପରିଧାନପରେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ମାଙ୍କୁ ଅର୍ପଣ କରାଯାଇଥିଲା । ପରେ ପରେ ପାଞ୍ଜି ପାଠ, ସୂର୍ଯ୍ୟ ପୂଜା, ଚଣ୍ଡିପାଠ, ବିଶ୍ୱଶାନ୍ତି ଯଜ୍ଞରେ ଆହୁତି ପ୍ରଦାନ, ଷୋଡସ ଉପଚାର ପୂଜା, ସନ୍ଧ୍ୟାରେ ମାଙ୍କର ମହିର୍ଷା ମର୍ଦ୍ଧୀନି ବେଶ କୁ ଦର୍ଶନ କରିବା ପାଇଁ ୪୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କର ସମାଗମ ପରିଲିକ୍ଷିତ ହୋଇଥିଲା । ରାତ୍ର ୧୦ଟା ପରେ ସମୂର୍ଣ୍ଣ ସୂନାବେଶ ପରେ କାଳିକା ନୃତ୍ୟ ମନ୍ଦିର ବେଢା ପରିକ୍ରମା କରିଥିଲେ । ମାଙ୍କର ଚଳନ୍ତି ପ୍ରତିନିଧି ବିଜେ ପ୍ରତିମାଙ୍କୁ ଏକ ସୁସଜ୍ଜିତ ବିମାନରେ ଆରୋହଣ କରାଯାଇ ବଡସାରୋଳ ଗ୍ରାମର ପ୍ରାଚୀନଦୀ ପୀଠ ସ୍ଥଳୀ ଲଣ୍ଡାଦେଉଳ ପର୍ଯ୍ୟନ୍ତ ଏକ ବର୍ଣ୍ଣାଢ୍ୟ ପଟୁଆର ନିଆଯାଇଥିଲା । ସେଠାରୁ ପ୍ରତ୍ୟାବର୍ତନ ପରେ ରାତ୍ର୩ଟାରେ ସନ୍ଧିପୂଜା ବସିଥିଲା । ଏହି ସନ୍ଧିପୂଜାରେ ବଳି ପଣାହାଣ୍ଡି ସହିତ ୧୦୮ପ୍ରକାରର ଭୋଗ ମାଙ୍କୁ ଅର୍ପଣ କରାଯାଇଥିବା ବେଳେ ପ୍ରାତଃ ସମୟରେ ଯଜ୍ଞଶାଲାରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ତିର୍ତୋଲ ତହସିଲଦାର ସୁଜାତା ପାତ୍ର୍ରଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

thirteen + twenty =