‘ମୋ ସରକାର’ ଯୋଜନା ବିଫଳ : ବିଜେପି

0 253

ଭୁବନେଶ୍ୱର : ‘ମୋ ସରକାର’ ଯୋଜନା କ୍ରିୟାନ୍ୱୟନର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ । ପ୍ରସୂତୀ ଆଦିବାସୀ ମହିଳାଙ୍କୁ ଉନ୍ନତମାନର ସେବା ଦେବା ପରିବର୍ତେ ମୃତ୍ୟୁ ମୁଖକୁ ଠେଲିଛନ୍ତି ରାଜ୍ୟସରକାର । ଚିକିତ୍ସାର ଅବହେଳା ଯୋଗୁଁ ଅସହାୟ ଆଦିବାସୀ ମହିଳା ହସ୍ପିଟାଲର ବାରଣ୍ଡାରେ ବାଧ୍ୟ ହୋଇ ପ୍ରସବ କରିଛି । ଗତ କାଲି ଆଦିବାସୀ ମହିଳା ପାନା ମୁର୍ମୁ ପ୍ରସବ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ସୁଦ୍ଧା ମେଡିକାଲରେ ଡାକ୍ତରଙ୍କ ଦାୟୀତ୍ୱହୀନତା ଯୋଗୁଁ ବାରଣ୍ଡାରେ ପ୍ରସବ କରିଥିଲେ । ଆଜି ପ୍ରସୂତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ କ୍ୟାପିଟାଲ ହସ୍ପିଟାଲ ଯାଇ ଘଟଣାକୁ ଅନୁଧ୍ୟାନ କରିଛି । ପ୍ରସୂତୀ ମହିଳା କୁଆଡେ ନିଖୋଜ ଥିବାରୁ ପ୍ରତିନିଧୀ ଦଳ ମେଡିକାଲ ସୁପରିଟେଣ୍ଡଂଟ ଏବଂ ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ରାଜଧାନୀରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ଦୃଢ ନିନ୍ଦା କରିଛି ।

ସ୍ୱାସ୍ଥ୍ୟ ସେବା କିଭଳି ଉନ୍ନତ ମାନର ହେବ, ରୋଗୀ କିପରି ସେବା ପାଇବେ ସେ ନେଇ ଗତ ୨ ତାରିଖରରେ ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା ମୋ ସରକାର ଯୋଜନା ଗତ କାଲି ୧୧ ତାରିଖରେ ଶେଷ ହୋଇଛି । ଲୋକସେବାଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଘରଠୁ ୧ କିମି ପରଧି ଭିତରେ ଥିବା ରାଜଧାନୀର ମୁଖ୍ୟ ହସ୍ପିଟାଲର ସ୍ଥିତି ବଖାଣୁଛି କେମିତି ରାଜ୍ୟସରକାରଙ୍କ ମୋ ସରକାର ଯୋଜନା କାର୍ଯ୍ୟକରୁଛି । ଓଡିଶାର ମହିଳାଙ୍କୁ ସୁରକ୍ଷା ନେଦଇ ରାଜ୍ୟସରକାର ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ଜନନୀ ସୁରକ୍ଷା ଯୋଜନାରେ କେନ୍ଦ୍ରସରକାର ବ୍ୟପକ ଅର୍ଥ ପ୍ରଦାନ କରୁଥିବାବେଳେ ରାଜ୍ୟସରକାର ସମସ୍ତ ଅର୍ଥକୁ ଆତ୍ମସାତ କରି ଚାଲିଛନ୍ତି । ପ୍ରତିଦିନ ଗର୍ଭବତୀ ମହିଳା ବାଟରେ, ଘାଟରେ, ରାସ୍ତାକଡରେ,ଅଟୋ ଭିତରେ ପ୍ରସବ କରୁଛନ୍ତି । ଅନେକ ସ୍ଥାନକୁ ଆମ୍ବୁଲାନ୍ସ ପହଂଚି ପାରୁନଥିବାରୁ ପ୍ରସୂତୀ ମହିଳା କାନ୍ଧରେ, ଖଟରେ ବୁହା ହୋଇ ମେଡିକାଲକୁ ଆସୁଛନ୍ତି । ଆଜି ଚିତ୍ରକୋଣ୍ଡାରେ ଜଣେ ପ୍ରସୂତୀ ମହିଳା ୫ କିଲୋମିଟର ଚାଲି ଚାଲି ମେଜିକାଲରେ ପହଂଚିଛି । କୁଆଡେ ଗଲା ୫ଟି, ମୋ ସରକାର ଯୋଜନା ? ଏହି ଯୋଜନା କଣ ସାଧାରଣ ଲୋକଙ୍କ ପାଇଁ କି ନବୀନ ସରକାରଙ୍କ ପ୍ରଚାର ପାଇଁ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ।

ଏହି ପ୍ରତିନିଧୀ ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ସିମନ୍ତୀନି ଜେନା, ସ୍ମୃତି ପଟ୍ଟନାୟକ, ସୁକେଶୀ ଓରାମ, କାନନବାଳା ପଟ୍ଟନାୟକ, ପିଙ୍କି ପ୍ରଧାନ, ରଶ୍ମିରେଖା ଦାସ, କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

seven + 4 =