ବିଜେପୁର: ସକାଳ ୯ଟା ସୁଦ୍ଧା ମାତ୍ର ୧୧ ପ୍ରତିଶତ ମତଦାନ

0 250

ବରଗଡ଼: ବିଜେପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ଚାଲିଛି। ପ୍ରତି ବୁଥରେ ମକ୍ ପୋଲିଂ ପରେ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ମତଦାତାମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ସକାଳ ୯ଟା ସୁଦ୍ଧା ମାତ୍ର ୧୧ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ କରାଯାଇଛି। ଦିବ୍ୟାଙ୍ଗମାନଙ୍କ ଭୋଟଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଇସିଲଟ ବ୍ଲକର ୬ଟି ବୁଥ୍ ନକ୍ସଲ ପ୍ରବଣ ହୋଇଥିବା ବେଳେ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଲାଗି ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍ତି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ଲକ୍ଷ ୩୨ ହଜାରରୁ ଅଧିକ ଭୋଟର।

Leave A Reply

Your email address will not be published.

one × 5 =