ଶକ୍ତିହୀନ ରଘୁନନ୍ଦନ, ଶକ୍ତିଶାଳୀ ମାନସ

0 1,018

ଭୁବନେଶ୍ୱର : ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ କାର୍ଯ୍ୟ ଏଣିକି ଉପଦେଷ୍ଟା ମାନସ ମଙ୍ଗରାଜ ବୁଝିବେ l ମନ୍ତ୍ରୀ ରଘୁନନ୍ଦନ ଦାସ କେବଳ ନାମକୁ ମାତ୍ର ମନ୍ତ୍ରୀ ରହିବେ l ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର l କେଉଁ ଖବର କାଗଜକୁ କେତେ ଵିଜ୍ଞାପନ ଦିଆଯିବ, ସାମ୍ବାଦିକ କଲ୍ୟାଣ ଯୋଜନା ଭଳି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ସବୁ ମାନସ ବୁଝିବେ l ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅତିଥି ହେବେ l ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଙ୍କ ସହ ପରାମର୍ଶ କରିବେ । ସାମ୍ବାଦିକତାରେ ଦୀର୍ଘ ଦିନର ଅଭିଜ୍ଞତା ଦୃଷ୍ଟିରୁ ଶ୍ରୀ ମଙ୍ଗରାଜଙ୍କ ପରାମର୍ଶକୁ ଗୁରୁତ୍ୱ ଦେବାକୁ ବିଚାର କରାଯାଇଥିବା କୁହାଯାଉଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି ।

ତେବେ ପ୍ରଥମ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ରଘୁନନ୍ଦନଙ୍କ କ୍ଷମତା ଯେ ଏହା ଦ୍ୱାରା ସଂକୁଚିତ ହୋଇଛି, ଏହା ନିଃସନ୍ଦେହ l ଅନ୍ୟପକ୍ଷରେ ଗଣମାଧ୍ୟମ ଉପଦେଷ୍ଟା ମାନସ ଖୁବ ଶକ୍ତିଶାଳୀ ହୋଇ ଉଠିଛନ୍ତି l

Leave A Reply

Your email address will not be published.

three × 2 =