ତିର୍ତ୍ତୋଲ ପରେ ଏବେ କୁଜଙ୍ଗ ବ୍ଲକରେ ଅଙ୍ଗନୱାଡ଼ି ଘୋଟାଲା !

0 745

ତିର୍ତ୍ତୋଲ/କୁଜଙ୍ଗ : ରାଜ୍ୟ ସରକାର କୋମଳ ମତି ଛାତ୍ର ଛାତ୍ରୀଙ୍କ ଅନ୍ତନିହିତ ଜ୍ଞାନ ବୃଦ୍ଧି କରିବା ଅନେକ ଜନହିତକର ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ତଳ ସ୍ତରରେ ଅଧିକାରୀ ମାନଙ୍କ ସହଯୋଗ ରହୁନଥିବାରୁ ଯୋଜନା ସବୁ ବାଟମାରଣା ହେଉଛି ବୋଲି ଜାଣିବାକୁ ମିଳୁଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କର୍ତ୍ତିକେନ୍ ପଣ୍ଡିଆଁନ ଗତ ସେପ୍ଟେମ୍ବର ୭ ରେ ଚିଠି ନ ୧୨୮୭ରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ ଯେ ରାଜ୍ୟରେ ଥିବା ପ୍ରତେକ୍ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷା ଗ୍ରହଣ କରିଥିବା କୋମଳ ମତି ଶିଶୁ ଛାତ୍ର ଛାତ୍ରୀ ପାଇଁ ପୋଷାକ ପ୍ରଦାନ କରିବା ପାଇଁ । ଏହି ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ମାନବ ସମ୍ବଳ ଅଧିକାରୀ ଗତ ସେପ୍ଟେମ୍ବର ୧୯ ତାରିଖରେ ଚିଠି ନ ୧୨୧୭ ରେ ପ୍ରତେ କ ବ୍ଲକ ଶିଶୁ ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ କିନ୍ତୁ କୁଜଙ୍ଗ ବ୍ଲକ ମିଶନ ଶକ୍ତି ବିଭାଗ ଟେଣ୍ଡର ନକରି ବ୍ଲକର ୪ ଟି ଶାେୟଂ ସହାୟକ ଗୋଷ୍ଠୀ ଙ୍କୁ ପୋଷାକ ଦେବାପାଇଁ ଅନୁମତି ଦେଇଥିଲେ ବୋଲି ବ୍ଲକର ମିସନଶକ୍ତି ବିଭାଗ ଆବାହକ ଜଣେ କହିଛନ୍ତି । ପ୍ରକାଶ ଥାଉ କି ସ୍ଵୟଂ ସହାୟକ ଦଳର କୌଣସି ଅଭିଜ୍ଞତା ନଥାଇ କିପରି ସେମାନଙ୍କୁ ଅନୁମତି ପ୍ରଦାନ କରାଗଲା ତାହା ଜଣାପଡିନାହିଁ । ଗତ ପାଞ୍ଚ ଦିନ ତଳେ ରାହାମା ସ୍ଥିତ ତାଳପଡା ସେକ୍ଟର ରେ ୫୦ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ଏକ ସଂସ୍ଥା ଦ୍ୱାରା ପୋଷାକ ବଣ୍ଟା ଯାଇଥିଲା ପୋଷାକ ଏତେ ନିମ୍ନ ମାନର ଓ ଛୋଟ ବଡ଼ ଥିଲା ଯେ ପୋଷାକ କୁ ଦେଖି ଅଙ୍ଗନୱାଡ଼ି କର୍ମୀ ମାନେ ପୋଷାକ ନ ନେବାକୁ ଇଚ୍ଛା ପ୍ରକାଶ କରୁନଥିବା ବେଳେ ତାଙ୍କ ଉପରେ ଏକ ଚାପ ପ୍ରୟୋଗ କରି ନେବାକୁ ବାଧ୍ୟ କରାଯାଇଥିଲା ବୋଲି କିଛି କର୍ମୀ ନାମ ଗୋପନ ରଖି ଜଣାଇଥିଲେ । ଏହି ପୋଷାକ କୁ ନେଲାପରେ ଶିଶୁ ମାନଙ୍କୁ ଛୋଟ ବଡ଼ ହେଉଥିବା ଜଣାପଡିଛି । ରିପୋର୍ଟ୍ ଅନୁସାରେ ତାଳପଦା ଓ ପଣ୍ଡୁଆ ସେକ୍ଟର ରେ ଶିଶୁ ସଂଖ୍ୟା ୫୯୬ ଜଣ କିନ୍ତୁ ପ୍ରକୁତ୍ ୨୦୦/୨୫୦ ଜଣ ଛାତ୍ର ଛାତ୍ରୀ ଅଧୟନ୍ କରୁଥିବା ବେଳେ କାଗପତ୍ରରେ ପିଲାଙ୍କ ସଂଖ୍ୟା ଅଧିକ ଦର୍ଶାଯାଇ ପୋଷାକ ବାବଦରେ ପଇସା ଆତ୍ମସାତ କରାଯାଉଛି ବୋଲି ଅଭିଯୋଗ ଉଠିଛି । କୁଜଙ୍ଗ ବ୍ଲକ ଶିଶୁ ବିକାଶ ଅଧିକାରୀ ତାନୁପ୍ରଭା ବେଉରା ଙ୍କ ନାମରେ ନିକଟରେ ତିର୍ତ୍ତୋଲ ବ୍ଲକ ରେ ଖେଳନା ଦୁର୍ନୀତି ରେ ବହୁତ ଅଭିଯୋଗ ହୋଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଯାଏ ଖବର ପହଞ୍ଚିଥିଲା ପରେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଜିଲ୍ଲାପାଳ ଙ୍କୁ ନୋଟିସ୍ ଯାରିକରିଥିଲେ ପରେ ପରେ ଜିଲ୍ଲାପାଳ ତାଙ୍କୁ ତୁରନ୍ତ କୁଜଙ୍ଗ ବ୍ଲକ କୁ ବଦଳି କରିଥିଲେ । କିନ୍ତୁ ଏଠି ପ୍ରଶ୍ନ ଉଠେ ଏତେ ଅଭିଯୋଗ ଥାଇ ତାଙ୍କୁ କଣ୍ ପାଇଁ ଫୁଣି ସେହି ଦାୟିତ୍ଵ ଦିଆଗଲା ? ଏହାକୁ ନେଇ ଏବେ ସାଧାରଣରେ ଉଠୁଛି ପ୍ରଶ୍ନ । ଏହି ବିଷୟରେ ଅଭିଭାବକ ମାନେ ଏକ ସଭା କରି ବହୁତ ଶୀଘ୍ର ବ୍ଲକ ଶିଶୁ ବିକାଶ ଅଧିକାରୀଙ୍କ ବିରୁଦ୍ଧରେ ବ୍ଲକ ଘେରାଉ କରିବେ ବୋଲି ବିଶେଷ ସୂତ୍ର ରୁ ଜଣାପଡିଛି । ଏବଂ ପୁଙ୍ଖନୁ ପୁଙ୍ଖ ତଦନ୍ତ କରାଯିବାକୁ ଯୋଜନା ଅଛି ଯେ କୁଜଙ୍ଗ ବ୍ଲକ ରେ ଥିବା ୫୩୫ ଅଙ୍ଗ ନୱାଡ଼ି କେନ୍ଦ୍ର ରେ କେତେ ଶିଶୁ ପଢୁଛନ୍ତି ? କେତେ ପିଲାଙ୍କ ନାମ ଥାଇ ସେମାନେ ଅନ୍ୟ ସ୍କୁଲ୍ ରେ ପଢୁଛନ୍ତି ? କେତେ ବେନାମୀ ପିଲାଙ୍କ ନାମ ଲେଖା ଯାଇ ତାଙ୍କ ଜିନିଷ ବାଟ ମାରେନା ହେଉଛି ଓ କେତେ ବଡ଼ ଡିଲ୍ ଏହା ଭିତରେ କାମ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

four × 4 =