ଆଟାକିଙ୍ଗ ମୁଡ଼ରେ ଶିଶୁ ସୁରକ୍ଷା ଟିମ୍ : ଫସି ପାରନ୍ତି ସିଡିପିଓ !

0 988


ତିର୍ତ୍ତୋଲ(ମନୋରଞ୍ଜନ ସାମନ୍ତରାୟ ): ରାଜ୍ୟ ସରକାର କୋମଳ ମତି ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ଘଣ୍ଟ ବଯାଉଥିବା ବେଳେ କିନ୍ତୁ ଜଗତସିଂହପୁର ଜିଲ୍ଲାରେ ଏହାର ବାସ୍ତବିକ୍ ଚିତ୍ର ଅଲଗା । ଏଠାରେ ଦୁର୍ନୀତି ର ଚେର ଲମ୍ବିବାର ଲାଗିଛି କିନ୍ତୁ ଥମିବାର ନାଁ ଧରୁନି !
ନିକଟରେ ହୋଇଥିବା ତିର୍ତ୍ତୋଲ ବ୍ଲକର ଖେଳନା ଦୁର୍ନୀତି ଗନ୍ଧ ଯାଇ ନଥିବା ବେଳେ ଆରମ୍ଭ ହେଲାଣି ଅଙ୍ଗନୱାଡ଼ି ପିଲାଙ୍କ ଡ୍ରେସ୍ ଓ ପରେ ପରେ ଛତୁଆ ଦୁର୍ନୀତି ପଦାକୁ ଆସିବାରୁ ଏବେ ପୁରା ଜିଲ୍ଲା କୁ ହଟ-ଚମଟ କରିବାକୁ ଖୋରାକ ଯୋଗାଇଛି । ପ୍ରକାଶ ଥାଉକୀ ବିଗତ ଦିନରେ ତିର୍ତ୍ତୋଲ ବ୍ଲକ ରେ ଥିବା ଏକ ସିଡିପିଓ ଶିଶୁ ଖେଳନା ଦୁର୍ନୀତି ରେ ଛନ୍ଦିହୋଇ ପଡ଼ିବା ପରେ ସ୍ଥାନୀୟ ବିଧାୟକଙ୍କ ଶରଣ ପଶି ଥିଲେ । ବିଭିନ୍ନ ଗଣମାଧ୍ୟମରେ ଖବର ବାହାରିବା ପରେ ତାହାର କିଛି ଦିନ ଭିତରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ରୁ ଆସିଥିବା ଏକ ଚିଠି ରେ ଜିଲ୍ଲାପାଳଙ୍କୁ ଏକ ତଦନ୍ତ ରିପୋଟ୍ ମଗାଯାଇଥିଲା । ମଗା ହେବା ର କିଛି ଦିନ ପରେ ଜିଲ୍ଲାପାଳ ଏହି ବ୍ଲକ ର ସିଡ଼ିପିଓ ଙ୍କୁ ତୁରନ୍ତ ନିକଟବର୍ତ୍ତୀ କୁଜଙ୍ଗ ବ୍ଲକ କୁ ତାଙ୍କୁ ବଦଳି ପାଇ ନିର୍ଦ୍ଦେଶ ଦେଇଥିଲେ ଏବଂ ତିର୍ତୋଲ ରେ ଏକ ନୂତନ ସିଡି ପିଓଙ୍କୁ ଅଣା ଯାଇଥିଲା । ଏବେ ବଦଳି ପରେ ଆଉଥରେ କୁଜଙ୍ଗ ବ୍ଲକରେ କେଲେଙ୍କରି ସାମ୍ନା କୁ ଆସିଛି । ବିଭିନ୍ନ ଗଣମାଧ୍ୟମରେ ଖବର ବାହାରିବା ପରେ ରାଜ୍ୟ ଶିଶୁ ଖରକ୍ଷା ଟିମ୍ ଖୋଳତାଡ ଆରମ୍ଭ କରିବାକୁ ଯାଉଛି ବୋଲି ଏକ ବିଶେଷ ସୂତ୍ର ରୁ ଜଣାପଡିଛି । ନିକଟରେ ଗତ ମାସ ନଭେମ୍ବର ରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର ତିର୍ତ୍ତୋଲ ବ୍ଲକ ର ସିଡିପିଓ ଅଫିସରେ ଜିଲ୍ଲା ଶିଶୁ ଅଧିକାରୀ ଏବଂ ପୋଲିସ ପ୍ରଶାସନ ସହ ଅଚାନକ ଚଢ଼ାଉ କରି କିଛି ପୂର୍ବ ରେକଡ୍ ଖୋଳତାଡ କରିବା ସହ କିଛି ରିପୋର୍ଟ୍ ସଂଗ୍ରହ କରିଥିଲେ । ଏହା ଗୋଟେ ମାସ ନ ସରୁଣୁ ପୁଣି ଆଉ ଥରେ ସିଡିପିଓ ଙ୍କ ନାମରେ ଅଭିଯୋଗ ଆସିବା ପରେ ଆକ୍ସନ ମୁଡ଼କୁ ଆସିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ଜଣକ ଏବଂ ଚେଇଁକି ଉଠିଛି ପ୍ରଶାସନ କି ଏମିତି ବାରମ୍ବାର ଅଭିଯୋଗ ପରେ କଣ୍ ପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ଘଣ୍ଟ ଘୋଡ଼ାଉଛି କି ? ନା ଏହି ଦୁର୍ନୀତି ରେ ଆଉ କିଛି ନେତା ଙ୍କ ସଂପୃକ୍ତି ରହିଛି ? ଜିଲ୍ଲା ଅଧିକାରୀ ଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି । ଏନେଇ ଗଣମାଧ୍ୟମ ରେ ବାହାରିଥିବା କିଛି ରିପୋ୍ଟ କୁ ସଂଗ୍ରହ କରିଛି ଶିଶୁ ସୁରକ୍ଷା ଆୟୋଗ । ବହୁତ୍ ଶୀଘ୍ର ଶିଶୁ ସୁରକ୍ଷା ଆୟୋଗ ତା କାମ କରିବ । ଯଦି ଏହି ଗଣମାଧ୍ୟମ ରେ ବାହାରିଥିବା କଥା ର କିଛି ସତ୍ୟତା ଥାଏ ତାହାଲେ ଦୋଷୀ ଦଣ୍ଡ ପାଇବା ସୁନିଶ୍ଚିତ ।
କୋଉ ମୁହୂର୍ତ୍ତରେ ଅଚାନକ ଚଢ଼ାଉ ହେବା ସହିତ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସମ୍ଭବନା ରହିଛି ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ଙ୍କର ଏହି ବ୍ଲକ ଉପରେ ବୋଲି କିଛି ଭିତିରି ଖବର ହସ୍ତଗତ ହୋଇଛି । ଏହାପରେ ଏବେ ଆଗକୁ ରାଜ୍ୟ ସରକାରଙ୍କ ଏହା ଉପରେ ଭୂମିକା ଆଗକୁ କଣ୍ ରହିବ ତାହାକୁ ଜାଣିବା ପାଇଁ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

one × 5 =