ମହିଳା ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଭାଇରାଲ ଫଟୋକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା!

0 5,142


କୁଜଙ୍ଗ/ଭୁବନେଶ୍ବର : କୁଜଙ୍ଗ ଅଞ୍ଚଳର ଜଣେ ଶାସକ ଦଳର ନାରୀନେତ୍ରୀ ତଥା ସରପଞ୍ଚ ଓ ପୁରୁଷ ୱାର୍ଡ ମେମ୍ବର ଙ୍କ ପ୍ରେମକୁ କେବଳ କୁଜଙ୍ଗ ବ୍ଲକ୍ ନୁହେଁ ବରଂ ସାରା ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ଶୁଣିବାକୁ ମିଳିଥିଲା ଗତ ନୂତନ ବର୍ଷ ଅବସରରେ ସେମାନେ ଉଠାଇଥିବା ଅନ୍ତରଙ୍ଗ ମୁହୂର୍ତର ‘ ସେଲ୍ପି’ ଫଟୋ ଏବେ ମୋବାଇଲ୍ ରୁ ମୋବାଇଲ୍ ଭାଇରାଲ ହେବାରେ ଲାଗିଛି ।ଉକ୍ତ ମହିଳା ସରପଞ୍ଚ ଙ୍କ କାନ୍ଧରେ ହାତ ରଖି ପୁରୁଷ ୱାର୍ଡ ମେମ୍ବର ଉଠାଇ ଥିବା ଫଟୋ କେହି ଜଣେ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି।ଯାହାକୁ ନେଇ ଏବେ ମହିଳା ସରପଞ୍ଚ ଙ୍କ ରାଜନୈତକ କ୍ୟାରିୟର ଉପରେ ଅଙ୍କୁଶ ଲାଗିବାକୁ ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଏଠାରେ ପ୍ରଶ୍ନ ଉଠେ ଉକ୍ତ ମହିଳା ସରପଞ୍ଚ ଓ ୱାର୍ଡ ମେମ୍ବର ଉଠାଇ ଥିବା ସେଲ୍ପି ଫଟୋ ସୋସିଆଲ ମିଡ଼ିଆ କୁ ଆସିଲା କେମିତି ? ଏ ଫଟୋ କୁ ଭାଇରାଲ କିଏ କଲା ଓ କଣ୍ ପାଇଁ କାହିଁକି କଲା ?କିଛି ରାଜନୈତକ ଆକ୍ରୋଶ ମୂଳକ ନୁହେଁ ତ? ଏମିତି ବହୁତ୍ କିଛି ପ୍ରଶ୍ନ ଜନସାଧରଣ ଙ୍କ ମନରେ ଉଙ୍କି ମାରୁଛି।ଯଦିଓ ଉକ୍ତ ଭାଇରାଲ ହୋଇଥିବା ଫଟୋ ମିଥ୍ୟା ତାହେଲେ ମହିଳା ସରପଞ୍ଚ ଓ ୱାର୍ଡ ମେମ୍ବର କଣ୍ ପାଇଁ କିଛି ସ୍ପଷ୍ଟିକରଣ ଦେଉନାହାନ୍ତି ବୋଲି ସାଧାରଣରେ ଆଲୋଚନା କରୁଥିବାର ଶୁଣିବାକୁ ମିଳୁଛି।
ତେବେ ଏହି ଜଣେ ମହିଳା ସରପଞ୍ଚ ନୁହଁନ୍ତି ବରଂ ଆଉ ଜଣେ ବିବାହିତ ମହିଳା ସରପଞ୍ଚ ଓ ବିଜୁ ଯୁବ ବାହିନୀ ଥିବା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ କିଛି ଅନ୍ତରଙ୍ଗ ମୂର୍ହୁତ୍ତ ର ଫଟୋ ଏବେ କିଛି ବ୍ୟକ୍ତିଙ୍କ ମୋବାଇଲ୍ ରେ ଥିବାର ଶୁଣିବାକୁ ମିଳୁଛି।ତେବେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କୁ ଅଗ୍ରାଧିକାର ଦେଉଥିବା ବେଳେ ଖୋଦ୍ ଶାସକ ଦଳର ନାରୀନେତ୍ରୀ ତଥା କୁଜଙ୍ଗ ବ୍ଲକ୍ ର ମହିଳା ସରପଞ୍ଚ ଙ୍କ କଳା କାରନାମା ଏବେ ସାରା ଜିଲ୍ଲା କୁ ଚକିତ କରିଦେଇଛି।

Leave A Reply

Your email address will not be published.

thirteen − 9 =