ଆଉଟରିଚ ପକ୍ଷରୁ ସାରସ୍ୱତ ଉତ୍ସବ ଅନୁଷ୍ଠିତ

0 711

ତିର୍ତୋଲ/ଜଗତସିଂହପୁର : ସାମାଜିକ ସଂଗଠନ ଆଉଟରିଚ ପକ୍ଷରୁ ନରୁଆ ଛକ ସାଗବାରିଆ ସ୍ଥିତ ଜ୍ଞାନ ବିକାଶ କ୍ଲବ ପରିସରରେ ଏକ ସାରସ୍ୱତ ବନ୍ଧୁ ମିଳନ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି. ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ କବି, ଲେଖକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ. ଯୁବ ସମାଜସେବୀ ରଶ୍ମିରଂଜନ ଚୌଧୁରୀ, ସାମ୍ବାଦିକ ମନୋରଞ୍ଜନ ସାମନ୍ତରାୟ ଓ ଜ୍ଞାନ ବିକାଶ କ୍ଲବର ସମ୍ପାଦକ ମନୋରଞ୍ଜନ ବାରିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ.

ସାହିତ୍ୟ ଯୁବବର୍ଗଙ୍କ ପାଖରେ କିଭଳି ଅଧିକ ଆଦୃତ ହେବ ସେ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୂଷ୍ଠିତ ହୋଇଥିଲା. ଏଥିପାଇଁ ରୁଚିସମ୍ପନ୍ନ ଓ ଯୁଗୋପଯୋଗୀ ଲେଖାର ଗୁରୁତ୍ୱ ରହିଥିବା ମତ ପ୍ରକାଶ ପାଇଥିଲା. ଆଗାମୀ ଦିନରେ ଆଉଟରିଚ ପକ୍ଷରୁ ଏକ ପତ୍ରିକା ପ୍ରକାଶନ ହେବ ବୋଲି ଶ୍ରୀ ପତି ସୂଚନା ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ. କବିତା ସଂଯୋଜନା କରିଥିଲେ ବସନ୍ତ ମଞ୍ଜରୀ ଦାସ ଓ ବୈଦ୍ୟନାଥ ସାହୁ. ସାହିତ୍ୟ ସାଧନା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆୟୋଜକଙ୍କ ପକ୍ଷରୁ କବି ଆରତ ଦାସ, ଅପର୍ଣ୍ଣା ଦାସ, ପ୍ରତାପରୁଦ୍ର ସ୍ୱାଇଁ, ହୃଷିକେଶ ଜେନା, ମହେଶ୍ୱର ସ୍ୱାଇଁ, କୈଳାଶ ଚନ୍ଦ୍ର ପ୍ରଧାନ, ତନ୍ମୟ କୁମାର ସେଠୀ, ପ୍ରତାପ ଚନ୍ଦ୍ର ମଲ୍ଲିକ, ମହମ୍ମଦ ମନସୁର ଅଲ୍ଲୀ ଓ ସମୀର ରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦୁଷ୍ମନ୍ତ କୁମାର ଜେନା ଓ ସତ୍ୟବ୍ରତ ପତି ଓ ପ୍ରଭୁତି ମୋହାପାତ୍ର ଆସନ୍ତାକାଲି ସନ୍ଧ୍ୟା 6ଟା ରେ ଏହି କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭା ଓ କବିତା ପାଠୋତ୍ସବର ସମ୍ପାଦିତ ଅଂଶ ରେଡ଼ିଓ ଭୁବନେଶ୍ୱରରୁ ପ୍ରସାରିତ ହେବ ।

Leave A Reply

Your email address will not be published.

five − 4 =