ପାରାଦ୍ୱୀପରେ ଖୋଲିବ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ୟୁନିଟ

0 713

ପାରାଦୀପ (ଦିପ୍ତୀରଂଜନ ଦାସ ): ପାରାଦ୍ୱୀପ ଠାରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ୟୁନିଟ ଖୋଲା ଯିବାକୁ ନେଇ ଆଜି ପାରାଦ୍ୱୀପ ବନ୍ଦର ଓ ବନ୍ଦରର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ’ ସହିତ ଏକ ଓଏମୟୁ ସ୍ଵାକ୍ଷର କରାଯାଇଛି, ଯେଉଁ ସ୍ୱାସ୍ଥ୍ୟ ୟୁନିଟ ପାରାଦ୍ୱୀପ ବନ୍ଦର ମଧ୍ୟକୁ ଆସୁଥିବା ବିଦେଶୀ ଜାହାଜ ଗୁଡିକ ର ନାବିକ ତଥା ସେଥିରେ ଆସୁଥିବା କ୍ରିଉ ମେମ୍ବର ମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳ ଉପରେ କାର୍ଯ୍ୟ କରିବା ସଂଗେ ସଂଗେ ପାରାଦ୍ୱୀପ ବନ୍ଦର ର ବିଭିନ୍ନ ହୋଟେଲ ମାନଙ୍କର ଖାଦ୍ୟ ସୁରକ୍ଷା ଆଦି ବିଷୟରେ ତଦାରଖ କରିବ, ଏହି ଓଏମୟୁ ସ୍ଵାକ୍ଷର ସମୟରେ ପାରାଦ୍ୱୀପ ବନ୍ଦର ଅଧକ୍ଷ ଶ୍ରୀଯୁକ୍ତ ରିଂକେଶ ରୟ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରହଲ୍ଲାଦ ପଣ୍ଡା, ବରିଷ୍ଠ ଆସିଷ୍ଟାଣ୍ଟ ଇଷ୍ଟେଟ ମ୍ୟାନେଜର ବିଶ୍ୱଜିତ ମିଶ୍ର ଙ୍କ ସହିତ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଞ୍ଚଳିକ ନିର୍ଦେଶକ ଡାକ୍ତର ଏସ.କେ. କର ଉପସ୍ଥିତ ଥିଲେ, ଏହି ଅବସରରେ ବନ୍ଦର ଅଧକ୍ଷ ଶ୍ରୀଯୁକ୍ତ ରିଂକେଶ ରୟ ଏଥର ମଧ୍ୟ ପାରାଦ୍ୱୀପ ବନ୍ଦର ଲଗାତାର ତୃତୀୟ ଥର ପାଇଁ 100 ମିଲିଅନ ମେଟ୍ରିକ ଟନ ପଣ୍ୟ କାରବାର କରି ପୁଣି ଥରେ ରେକର୍ଡ କରିବ ବୋଲି କହିଛନ୍ତି,

Leave A Reply

Your email address will not be published.

9 − five =