ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ “ଫୁ” ସାମାଜିକ ଦୂରତାକୁ ଭଙ୍ଗ କଲେ ସାଂସଦ

0 639

ଜଗତସିଂହପୁର : ମୁଖ୍ୟମନ୍ତ୍ରୀ କୁହନ୍ତି କଥାରେ ନୁହେଁ, କାମ ରେ ବିଶ୍ୱାସ କରନ୍ତି ଆମ ବିଧାୟକ ଓ ସାଂସଦ କିନ୍ତୁ ବାସ୍ତବରେ ତାହା ଓଲଟା । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଜି ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ତିର୍ତୋଲ ବ୍ଲକ ଗୋପାଳପୁର(ଶଙ୍ଖେଶ୍ୱର) ଗ୍ରାମ ପଞ୍ଚାୟତ ରେ । ଏଠାକୁ ଜଗତସିଂହପୁର ମାନ୍ୟବର ସାଂସଦ ଆଜି ଗସ୍ତରେ ଆସି ମହାମାରୀ କରୋନା ର ସ୍ଥିତି ସମୀକ୍ଷା କରିବା ସହ ବାତ୍ୟା ଆମ୍ଫୋନି ରେ କ୍ଷୟକ୍ଷତି ହୋଇଥିବା କିଛି ପରିବାରକୁ ଭେଟିବାକୁ ଆସିଥିଲେ କିନ୍ତୁ ଦୁଃଖର ବିଷୟ ସାର ଭାରତ ବର୍ଷରେ ଲକ୍ ଡାଉନ୍ ଓ ସାମାଜିକ ଦୂରତା ଚାଲିଥିବାବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଅନୁରୋଧ କୁ ବେଖାତିର କରିଛନ୍ତି ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ । କିଛି ଲୋକଙ୍କୁ କିଛି ଜରୁରୀ କାଳୀନ ସାମଗ୍ରୀ ଯୋଗାଇବା ସମୟରେ ଭିଡ଼ ଦେଖିବାକୁ ମିଳିଥିଲା ଏହି ଅଞ୍ଚଳରେ । ଯେପରି ରୋକ୍ ଠୋକ୍ ବାରିହେଉଥିଲା ଯେ ଦଳର ସୁପ୍ରିମୋ ଙ୍କ ଅନୁରୋଧ କୁ ଖାତିର କରୁନାହାନ୍ତି ସାଂସଦ । ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସମୟରେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତୋଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି , ତିର୍ତୋଲ ବ୍ଲକ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ବିଶ୍ୱାଳ, ତିର୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ଗୋପାଳପୁର(ଶଙ୍ଖେଶ୍ୱର) ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ସୁଧୀର ଚନ୍ଦ୍ର ମହାନ୍ତି, ପୂର୍ବତନ ସରପଞ୍ଚ ନିଲୁ ଚରଣ ଜେନା ,ଶରତ ମହାପାତ୍ର ଇତ୍ୟାଦି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

fifteen − 8 =