ତିର୍ତ୍ତୋଲ ରୁ ମିଳିଲା ୪ ମଣିଷ ମୁଣ୍ଡ ଖପୁରୀ : ଅଞ୍ଚଳରେ ହଇଚଇ

0 981

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ଚାରି ଚାରିଟି ଖପୁରି ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନୂଆଗାଁ ବୁରୁଜ ପାଖ ପାଇକା ନଦୀ ପଠାରେ ତିନିଟି ଖପୁରି ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଠିକ୍ ସେହିପରି ଗୋଟିଏ ଖପୁରି ପାଣିରେ ଭାସୁଥିବାର ବି ଦେଖିବାକୁ ପାଇଥିଲେ ସେମାନେ। ଗ୍ରାମବାସୀ ଏନେଇ କୃଷ୍ଣାନନ୍ଦପୁର ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ ଘଟଣାସ୍ଥଳରେ ପହଞ୍ଚି ୪ଟି ଖପୁରି ଜବତ କରିଥିଲେ।

ଖପୁରୀ ନିକଟରେ କଳସ , ଫୁଲ ମାଲ ଓ କିଛି ପୂଜା ସାମଗ୍ରୀ ପଡ଼ିଥିବା ହେତୁ ଏହାକୁ ନେଇ ଗୁଣିଗାରିଡ଼ି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ। କୃଷ୍ଣାନନ୍ଦପୁର ଏକ ମୁସଲମାନ ବହୁଳ ଗାଁ । ସେଠାରେ ସେହି ସଂପ୍ରଦାୟର ମୃତ ଲୋକଙ୍କୁ କବର ଦିଆଯାଇଥାଏ। ସେହି କବର ଭିତରୁ ଖପୁରି କଢାଯାଇଥିବାର ବି ସନ୍ଦେହ ଉପୁଜିଛି। ଏହି ମାମଲାରେ ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚାର ଉଚରା କରୁଥିବା ଜଣାଯାଇଛି।

Leave A Reply

Your email address will not be published.

12 + two =