କଟକ ଏସସିବି ମେଡିକାଲ୍ ଆଶୁ ଚିକିତ୍ସା ବିଭାଗ ୱାର୍ଡ ସାମ୍ନାରେ ଛେପ ପକାଇ ଚର୍ଚ୍ଚାରେ ବିଧାୟକ ସୌଭିକ୍

0 766

କଟକ : ମହାମାରୀ କରୋନା ସାରା ବିଶ୍ବରେ କାୟା ବିସ୍ତାର କରିଥିବା ବେଳେ ଭାରତ ଡେଇଁ ଓଡ଼ିଶାରେ ତାର ପାଦୁର୍ ଭାବ ଦିନକୁ ଦିନ ବିସ୍ତାର ହେବାରେ ଲାଗୁଛି ସିନା କିନ୍ତୁ ଥମିବାରେ ନା ଧରୁନି । ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାର ନାକେଦମ୍ ହେଲେଣି ଏହି କରୋନା ମହାମାରୀ ଭୁତାଣୁ କୁ ରୋକିବାରେ । ତଥାପି ନବୀନ ସରକାର କେବେବି ଏହି ଲଢେଇରେ ପଛକୁ ହଟିନି । ଭାକ୍ସିନ ବାହାରି ନଥିଲେ ସୁଦ୍ଧା କରୋନା ମହାମାରୀ କୁ ନିଜ ଅକ୍ତିଆରକୁ ଆଣିବାକୁ ଦିନରାତି ଚେଷ୍ଟା ଚଳାଇଛି ଓଡ଼ିଶା ସରକାର । ସବୁ ଜନ ସାଧାରଣଙ୍କୁ ପୁରା ସତର୍କ ରହିବାକୁ,ବାହାରେ ନ ବୁଲିବାକୁ ଏପରିକି ପ୍ରତେକ୍ ଲୋକଙ୍କ ଠାରୁ ସମ ଦୂରତା ବଜାୟ ରଖିବା ସହ ବାହାରକୁ ଯିବା ସମୟରେ ମାସ୍କ୍ ବ୍ୟବହାର ଓ ଯଦି କେହି ବ୍ୟକ୍ତି ଜନ ଚଳ ପ୍ରଚଳ ହେଉଥିବା ସ୍ଥାନରେ ଛିପ ପକାନ୍ତି ତାହାଲେ ତାଙ୍କୁ ଜୋରିମାନା ସହ ଦଣ୍ଡିତ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ବାସ୍ତବ ରେ ଏହା ଅଲଗା ! ଦୁର୍ଭାଗ୍ୟ ର କଥା ଏହାକୁ ବେଖାତିର୍ କରିଛନ୍ତି ଆଉ କେହି ନୁହନ୍ତି ଖୋଦ୍ ଦଳୀୟ କଟକ ସଦର ବିଧାୟକ ସୌଭିକ ବିଶ୍ଵାଳ ମହୋଦୟ । ପ୍ରକାଶ ଥାଉକି ଗତକାଲି ରାତିରେ ପ୍ରାୟ ୧୧ଘଟିକା ସମୟରେ ଖବର ମୁତାବକ ଅସହାୟ ରୋଗୀଙ୍କ ଟେଲିଫୋନ ପାଇ କଟକ SCB ମେଡିକାଲ ଜରୁରୀକାଳୀନ ବିଭାଗ ଓ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ରୋଗୀଙ୍କୁ ଭେଟିବାକୁ ଗଲା ସମୟରେ ଜନ ଚଳ ପ୍ରଚଳ ସ୍ଥାନରେ ଜରୁରୀ କାଳୀନ ବିଭାଗ ବାହାରେ ଛେପ ପକାଇ ଭିତରକୁ ପ୍ରବେଶ କରିବା ଭିଡିଓକୁ ନିଜେ ସୋସିଆଲ ମିଡିଆରେ ଦେଇଥିବା ଏବେ ଚର୍ଚ୍ଚାକୁ ଆସିଛି । ଯାହାକୁ ନେଇ ରାଜ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

15 − three =