ସ୍ୱାଧୀନତା ପରେ ମୋଦିଙ୍କ ପରି ଓଡିଶାର ବିକାଶ ଦାୟିତ୍ୱ କେହି ନେଇନଥିଲେ : ଧର୍ମେନ୍ଦ୍ର

0 534

ଓଡିଶା ଜନ ସମ୍ବାଦ ରାଲି :
• ବିଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ସବୁଠୁ ବଡ ଲାଭ ପାଇଛି ଓଡିଶା
• ମାଣବସା ଗୁରୁବାର, ରାବଣ ଛାୟା ଓ ଛଉ ନୃତ୍ୟକୁ ମାନ୍ୟତା ଦେଇ ଓଡିଶା ସଂସ୍କୃତିକୁ ସମ୍ମାନ ଦେଇଛନ୍ତି ମୋଦି
• ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ସୌର ଶକ୍ତି ନଗର କରିବାର ଦାୟିତ୍ୱ ନେଇଛନ୍ତି ମୋଦି

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ ସ୍ୱାଧୀନତା ପରବର୍ତୀ ସମୟରେ ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ୬ ବର୍ଷରେ ଯେପରି ଦାୟିତ୍ୱ ନେଇଛନ୍ତି ପୂର୍ବରୁ କୌଣସି ସରକାର ଏପରି ଦାୟିତ୍ୱ ନେଇନଥିଲେ ବୋଲି ସୋମବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲି-ଓଡିଶା ଜନ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନେକ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ଦାୟିତ୍ୱ ନେଇଛନ୍ତି । ମାତ୍ର ମୋଦି ସରକାର ବିଗତ ୬ ବର୍ଷରେ ଓଡିଶାର ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ବିଗତ ୬ ବର୍ଷରେ ମୋଦି ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୂଆ ନୂଆ ଯୋଜନା ମାଧ୍ୟମରେ ସ୍ପଷ୍ଟକ୍ରିୟାନ୍ୱୟନ କରି ପୂର୍ବ ଭାରତକୁ ଅନ୍ୟ ଅଂଚଳକୁ ସମକକ୍ଷ କରିବାକୁ କଟିବଦ୍ଧ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ଆବାସ, ଉଜ୍ଜଳା ଓ ଜନଧନ ପରି ଯୋଜନାରେ ଓଡିଶା ସବୁଠୁ ବଡ ଅଂଶ ଲାଭ ପାଇଛି । ଉପକୂଳ ଜାତୀୟ ରାଜପଥ, ଶିଳ୍ପାୟନ, କଳିଙ୍ଗ ନଗରକୁ ଷ୍ଟିଲ୍ ହବରେ ପରିଣତ କରିବା, ପାରାଦୀପ ରିଫାଇନାରୀର କାମ ମୋଦି ସରକାରରେ ହୋଇଛି । ଏତବ୍ୟତିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ପ୍ରଧାନମନ୍ତ୍ରୀ ମୋଦି ୫୦ କୋଟି ଟଙ୍କା ଦେଇଥିଲେ । ଲେଖକ ହଳଦର ନାଗଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଦେଶରେ ଓଡିଆ ଜାତିର ସମ୍ମାନ ବଢାଇଥିଲେ

Leave A Reply

Your email address will not be published.

one × 2 =