ଆୟୋଗ ଅଧ୍ୟକ୍ଷାଙ୍କ ଚିଙ୍ଗୁଡ଼ିଖିଆ ପ୍ରେମକୁ ନେଇ ଜିଲ୍ଲାରେ ଚର୍ଚ୍ଚା

0 1,130

ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲା ଏକ ସ୍ଵାଭିମାନୀ ଜିଲ୍ଲା ଭାବେ ସାରା ରାଜ୍ୟରେ ପରିଚିତ ଯେମିତି କି ରାଜନୀତି ହେଉ କିମ୍ବା ସାମାଜିକ ପରିସ୍ଥିତି ସେଠାରେ ନେତା ମନ୍ତ୍ରୀ ମାନେ ଯେତେ ଯାହା କଲେ ମଧ୍ୟ ନିଜ ସ୍ୱାଭିମାନ କୁ ଆଗ ଜଗନ୍ତି କାରଣ ଏହି ଜିଲ୍ଲା ମାଟି ପାଣି ପବନ କୁ ନେଇ ଯୁଗ ଯୁଗର ଶତ୍ରୁ କିଛି କ୍ଷଣରେ ମିତ୍ର ପାଲଟି ଯାଆନ୍ତି ଏହା କାହାକୁ ଅଛପା ନାହିଁ, କିନ୍ତୁ ଏହା ଭିତରେ ପଶିଛି ଏକ ହସି ହସି ନକେଦମ୍ କଲା ଭଳି ପରିସ୍ଥିତି । ଯାହାକୁ ନେଇ ଖବର ଏବେ ଜିଲ୍ଲାରେ ହାଟରେ ପଡି ଦାଣ୍ଡରେ ଗଡ଼ୁଛି । ବିଜେଡ଼ି ସରକାର ର ଏକ ଆୟୋଗ ଅଧ୍ୟକ୍ଷା ଙ୍କୁ କାଳେ ଚିଙ୍ଗୁଡ଼ି ପ୍ରେମ ଭୀଷଣ ଘାରିଛି । ପାରାଦୀପ ନିର୍ବାଚମଣ୍ଡଳୀ ଅଧିନସ୍ତ ଏହି ଆୟୋଗ ଅଧ୍ୟକ୍ଷା ଙ୍କ ଜଣେ ସମ୍ପର୍କୀୟ ଚାକିରି କରୁଥିବା ବେଳେ ଥରେ ତାଙ୍କୁ ଛାଡ଼ିବାକୁ ଆସିଥିଲେ ଅଧ୍ୟକ୍ଷା ମ୍ୟାଡମ୍ କିନ୍ତୁ ଯେହେତୁ ଆସିଛନ୍ତି ଏତେ ଦିନ ପରେ, ଫୁଣି ତାଙ୍କର ନବୀନ ସରକାର ତାଙ୍କୁ ଅଧ୍ୟକ୍ଷା ପଦ ଦେଇଛନ୍ତି କେମିତି ବା ନିଜର ପାରିବା ପାଣିଆ ନ ଦେଖାଇବେ ଟିକେ ଉପକୂଳ ଓଡ଼ିଶାରେ, କିନ୍ତୁ ଭୁଲିଯାଉଥିଲେ ଯେ ଜଗତସିଂହପୁର ବାସି ଭାରି ସାହସୀ । ତାର କିଛି ଦିନ ପରେ ଅଧ୍ୟକ୍ଷା ପହଞ୍ଚିଯାଇଥିଲେ ଅଭିଯୋଗ ଅନୁଯାୟୀ ଆକ୍ରୋଶର ଶିକାର ହୋଇଥିବା ଏକ ଶିଶୁଙ୍କ ଘରେ । କିଛି ପଚରା ଉଚରା କରି ଫେରିବା ସମୟରେ କାଳେ ଲୋକେ କିଛି ପ୍ରଶ୍ନ କରିଥିଲେ ମ୍ୟାଡମ୍ ଏତେ ଅଭିଯୋଗ ଯାଉଛି ଜିଲ୍ଲାରୁ କୁଆଡେ ଯାଉଛି ? ଫାଇଲ ତଳେ ଚପାଇ ଦେଉଛନ୍ତି ସରକାର ନା କଣ ? ମ୍ୟାଡମ୍ ଟିକେ ଲାଜେଇ ଯାଇଥିଲେ ! ତାପରେ
ସିଧାଯାଇ ପହଞ୍ଚିଥିଲେ ଏକ ଚିଙ୍ଗୁଡ଼ି ଭାଟିରେ । କାରଣ କାଳେ ଶିଶୁ କିଏ କାମ କରୁଛନ୍ତି କି ? କିନ୍ତୁ ଅଧ୍ୟକ୍ଷା ମାଡ଼ମ ଙ୍କ ମୂଳ ଉଦ୍ଦେଶ୍ୟ ଥିଲା ଚିଙ୍ଗୁଡ଼ି ଟିକେ ଚାଖିବେ ! ସେଠାରେ ବୁଲି ଦେଖିବା ପରେ ମ୍ୟାଡମ୍ ଚାଲିଯାଇଥିଲେ ରାଜଧାନୀକୁ କିନ୍ତୁ
ଚିଙ୍ଗୁଡ଼ି ବାଲା ଟିକେ ଭୂଳିଯାଇଥିଲା ଯେ ମାଡମ୍ ଙ୍କ ଘରକୁ ପ୍ୟାକେଟ ପଠାଇବାକୁ । ତା ୩ ଦିନପରେ ମ୍ୟାଡମ୍ ନିଜେ ଆସି ପହଞ୍ଚିଗଲେ ଏକ ଛୁଟି ଦିନରେ ସେହି ସ୍ଥାନରେ ! ଜିଲ୍ଲାର ସରକାରୀ ଅଧିକାରୀ ଙ୍କୁ ଡାକିଲେ ମଧ୍ୟ ସେଦିନ ଛୁଟି ଦିନ ହୋଇଥିବାରୁ କାଳେ ହଁ କହି କେହି କର୍ଣ୍ଣପାତ କଲେନୀ ମ୍ୟାଡମ୍ ଙ୍କ କଥା । ତାପରେ ମ୍ୟାଡମ୍ ଚିଙ୍ଗୁଡ଼ି ବାଲାକୁ କହିଲେ ଛୁଟି ଦିନରେ ମୁଁ ସରକାରୀ କାର୍ଯ୍ୟକ୍ରମ ରେ ଆସିଛି କହି ଚିଙ୍ଗୁଡ଼ି ବାଲା କୁ ଭୟଭୀତ କରାଇବା ପରେ ଚିଙ୍ଗୁଡ଼ି ଗୋଦାମ ବାଲା ଗୋଟେ ପେଟି ନେଇ ଭୁବନେଶ୍ୱର ବାସଭବନରେ ମ୍ୟାଡମ୍ ଙ୍କ ଘରେ ଦେଇକି ଆସିଥିଲେ । ପରେ ପରେ ଲାଗିଥିଲା ମ୍ୟାଡମ୍ ଙ୍କୁ ଚିଙ୍ଗୁଡ଼ି ପ୍ରେମ ! ଆଉ ଥରେ ଅଧ୍ୟକ୍ଷା ମ୍ୟାଡମ୍ ଆସି ଆଉ ଏକ ଚିଙ୍ଗୁଡ଼ି ବାଲା ଙ୍କୁ ଭୟଭୀତ କରିବାପରେ ସେ ଗୋଦାମ ବାଲା କାଳେ ମ୍ୟାଡମ୍ ଙ୍କ ଗାଡ଼ି ଭିତରେ ପ୍ୟାକ୍ କରି ଦେବାପରେ ସଙ୍ଗେ ସଙ୍ଗେ ବିଧାୟକ ଙ୍କୁ କର୍ଣ୍ଣପାତ କରିଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଏବେ ଚିଙ୍ଗୁଡ଼ି ଖିଆ ଅଧ୍ୟକ୍ଷା ଙ୍କ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.

18 − ten =