ଭୁବନେଶ୍ୱର : ଇତିହାସରେ ପ୍ରଥମ ଥର ପାଇଁ ପୁରୀର ଜଗନ୍ନାଥ ମନ୍ଦିରର ପ୍ରସିଦ୍ଧ ରଥ ଯାତ୍ରା ଆଜି ସକାଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭକ୍ତଙ୍କ ବିନା ପାଳିତ ହୋଇଯାଇଛି l ପ୍ରାୟ ପନ୍ଦର ଶହ ପୁରୋହିତ ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀ- ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ଗୁଣ୍ଡିଚା ମନ୍ଦିର ଆଡକୁ ରଥର ଦଉଡି ଟାଣିଥିଲେ। । ରଥଗୁଡିକ ଟାଣିଥିବା ପୁରୋହିତମାନଙ୍କର ସୋମବାର ଦିନ କୋଭିଡ -19 ପାଇଁ ପରୀକ୍ଷା କରାଯାଇଥିଲା। ପୁରୀର ରାଜା ଗଜପତି ଦିବ୍ୟସିଂହ ଦେବ, ଯିଏ କି ପ୍ରଭୁ ପ୍ରଥମ ସେବକ, ସେ ରୀତିନୀତି ଅନୁଯାୟୀ ଛେରା ପହଁରା କରିଥିଲେ। “ବଡଦାଣ୍ଡରେ ଭକ୍ତଙ୍କ ବିନା ରଥ ଯାତ୍ରା କଳ୍ପନା କରିବା କଷ୍ଟକର | କିନ୍ତୁ ଭଗବାନ ଜଗନ୍ନାଥ ସମଗ୍ର ବ୍ରହ୍ମାଣ୍ଡ ପାଇଁ ମନ୍ଦିରରୁ ବାହାରିଥିଲେ ବୋଲି ଗଜପତି କହିଛନ୍ତି। ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଲାନନ୍ଦ ସରସ୍ୱତୀ ତାଙ୍କ ଶିଷ୍ୟମାନଙ୍କ ସହିତ ରଥ ଉପରେ ଥିବା ତ୍ରିଶୂଳକୁ ପ୍ରଣାମ କରିଥିଲେ। ସୋମବାର ଅପରାହ୍ନ ପର୍ଯ୍ୟନ୍ତ ରଥ ଯାତ୍ରା ପାଇଁ ଥିବା ଅନିଶ୍ଚିତତାକୁ ଭାରତର ସୁପ୍ରିମକୋର୍ଟର ଦୂର କରିଥିଲେ । କୋଭିଡ୍ -19 ମହାମାରୀ ଯୋଗୁଁ ଲାଗୁଥିଲା 285 ବର୍ଷ ପରେ ପ୍ରଥମ ଥର ପାଇଁ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ |ମାତ୍ର ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏହା ସମ୍ଭବ ହୋଇପାରିଛି l