ପାରାଦ୍ୱୀପରେ ଟ୍ରାଫିକ ସେବା ସମ୍ଭାଳିବେ ଟ୍ରାଫିକ ଭଲ୍ୟୁଣ୍ଟର୍ସ

0 616

ପାରାଦ୍ୱୀପ (ଦିପ୍ତୀରଂଜନ ଦାସ) : ପାରାଦୀପରେ ଟ୍ରାଫିକ ସେବା ସମ୍ଭାଳିବେ ଟ୍ରାଫିକ ଭଲ୍ୟୁଣ୍ଟର୍ସ. ଆଦର୍ଶ ଥାନା ପୋଲିସ କୁ ସେମାନେ ସହଯୋଗ କରିବେ l ସେଥିପାଇଁ 26 ଜଣ ଯୁବ ସ୍ବେଛାସେବୀଙ୍କୁ ତାଲିମ୍ ଦିଆଯାଇଛି l ଦୈନିକ ୩୦୦ ଟଙ୍କା ପାରିତୋଷିକ ଦିଆଯିବ l ଏଥିପାଇଁ ପାରାଦ୍ୱୀପ ବନ୍ଦର ଆର୍ଥିକ ସହାୟତା ଯୋଗାଇ ଦେବ। ଆଜି ଗୋପବନ୍ଧୁ ଷ୍ଟାଡିଅମରେ ଏହି ଟ୍ରାଫିକ-ଭଲ୍ୟୁଣ୍ଟର୍ସଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି l ପାରାଦ୍ୱୀପ ବନ୍ଦର ଅଧକ୍ଷ ରିଂକେଶ ରାୟ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର, ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର, ପାରାଦ୍ୱୀପ ଆଦର୍ଶ ଥାନା ଅଧିକାର ରଜନୀକାନ୍ତ ସାମଲ, ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କ ସମେତ ପାରାଦ୍ୱୀପ ବନ୍ଦର ପଦାଧିକାରୀ ଏବଂ ପାରାଦ୍ୱୀପ ଥାନାରେ ଥିବା ଅନ୍ୟାନ୍ୟ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ l ଏଥିସହ ଟ୍ରକ ମାଲିକ ସଙ୍ଘ କର୍ମକର୍ତ୍ତା ଏବଂ ଶିଳ୍ପାନୁଷ୍ଠାନ ପଦାଧିକାରୀ ମାନେ ଯୋଗଦେଇଥିଲେ l ଦିନକୁ ଦିନ ଟ୍ରାଫିକ ସମସ୍ୟା ଚିନ୍ତା ବଢା଼ଉଥିବା ବେଳେ ପାରାଦୀପରେ ସ୍ୱତନ୍ତ୍ର ଟ୍ରାଫିକ ଥାନା ପ୍ରତିଷ୍ଠା ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷ ଙ୍କ ସହଯୋଗରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ଏସ.ପି ସୂଚନା ଦେଇଛନ୍ତି |

Leave A Reply

Your email address will not be published.

11 − 1 =