ବିଷ୍ଣୁ ଦାସଙ୍କ ପରଲୋକ: ଛଅ ଥର ବିଧାୟକ, ମନ୍ତ୍ରୀ ଓ ସାଂସଦ

0 582

ଭୁବନେଶ୍ୱର : ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଆଜି ପରଲୋକ ଘଟିଛି l ବ୍ରେନ ହାମରେଜ ଯୋଗୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି l ସେ ପ୍ରାୟ ସପ୍ତାହେ ଧରି ଚିକିତ୍ସିତ ହେଉଥିଲେ l ସେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ l 1954 ଅକ୍ଟୋବର 9ରେ ସେ ଜନ୍ମଗ୍ରହଣ କରିଥିଲେ l ଛାତ୍ର ରାଜନୀତିରୁ ସେ ରାଜନୀତି ଆରମ୍ଭ କରିଥିଲେ l 1990ରେ ସେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ l ସେ ରାଜ୍ୟ ସରକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥଲେ l

2014 ନିର୍ବାଚନରେ ସେ ନିଜର ପାରମ୍ପରିକ ଆସନ ଜଗତସିଂହପୁରରୁ ପରାଜୟ ସ୍ୱୀକାର କରିଥିଲେ l 2016ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ l ପରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ହୋଇଥିଲେ l 2019 ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତା ଦାମୋଦର ରାଉତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି l ମନ୍ତ୍ରୀ ରଘୁନନ୍ଦନ ଦାସ , ବିଧାୟକ ବୋୖମକେଶ ରାୟ ପ୍ରମୁଖ ହସ୍ପିଟାଲରେ ପହଂଚି ସେ ଶେଷ ଦର୍ଶନ କରିଛନ୍ତି l ଆସନ୍ତାକାଲି ତାଙ୍କର ମରଶରୀର ବିଜୁ ଜନତା କାର୍ଯ୍ୟାଳୟ ସହ ବିଧାନସଭା ପରିସରକୁ ଯିବ l ପରେ ଜଗତସିଂହପୁର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପରିକ୍ରମା ପରେ ତାଙ୍କର ଶେଷ କୃତ୍ୟ କରାଯିବ ବୋଲି ଜଣାଯାଇଛି l

Leave A Reply

Your email address will not be published.

1 + nineteen =