୨୦୧୫ ଓ ୨୦୧୬ ବର୍ଷ ପାଇଁ କୋଡିଏ ଜଣଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

0 829

ଭୁବନେଶ୍ୱର : ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ହୋଇଛି l ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୫ ଓ ୨୦୧୬ ପାଇଁ ବିଭିନ୍ନ ବିଭାଗରେ ପୁରସ୍କାର ଘୋଷଣା ହୋଇଛି l ୨୦୧୫ ପାଇଁ ଗଳ୍ପରେ ପବିତ୍ର ପାଣିଗ୍ରାହୀ ଓ ୨୦୧୬ ପାଇଁ ଦେବଦାସ ଛୋଟରାୟ ମନୋନୀତ ହୋଇଛନ୍ତି l ସେହିପରି କବିତା ବିଭାଗରେ ୨୦୧୫ ପାଇଁ ବୀଣାପାଣି ପଣ୍ଡା ଓ ୨୦୧୬ ପାଇଁ ଭଗବାନ ଜୟସିଂଙ୍କୁ ମନୋନୀତ କରାଯାଇଛି l

ଉପନ୍ୟାସ
୨୦୧୫- ନିତ୍ୟାନନ୍ଦ ପଣ୍ଡା
୨୦୧୬- ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ
କ୍ଷୁଦ୍ରଗଳ୍ପ
୨୦୧୫- ପବିତ୍ର ପାଣିଗ୍ରାହୀ
୨୦୧୬- ଦେବଦାସ ଛୋଟରାୟ
କାବ୍ୟ କବିତା
୨୦୧୫- ବୀଣାପାଣି ପଣ୍ଡା
୨୦୧୬- ଭଗବାନ ଜୟସିଂହ
ନାଟକ ଓ ଏକାଙ୍କିକା
୨୦୧୫- ସଂଜୟ ହାତୀ ଓ ନବୀନ କୁମାର ପରିଡ଼‌ା
୨୦୧୬- ଫକୀର ସିଂହ
ପ୍ରବନ୍ଧ ଓ ସମାଲୋଚନା
୨୦୧୫- ପଂଚାନନ ମିଶ୍ର
୨୦୧୬- ପ୍ରସନ୍ନ କୁମାର ସ୍ବାଇଁ
ଜୀବନୀ ଓ ଭ୍ରମଣ ସାହିତ୍ୟ
୨୦୧୫- ଧରଣୀଧର ପାଣିଗ୍ରାହୀ
୨୦୧୬- ସୁରେନ୍ଦ୍ର କୁମାର ମହାରଣା ଓ ପ୍ରଦୋଷ ପଟ୍ଟନାୟକ
ଅନୁବାଦ
୨୦୧୫- ବିଜୟ କୁମାର ମହାନ୍ତି
୨୦୧୬- ଶାରଦା ରଥ
ଶିଶୁ ସାହିତ୍ୟ
୨୦୧୫- ରବୀନ୍ଦ୍ର ବିଶ୍ବାଳ
୨୦୧୬- ଦେବେନ୍ଦ୍ର ଚୌଧୁରୀ
ଗୀତି କବିତା
୨୦୧୫- ମନୋଜ ମହାନ୍ତି
୨୦୧୬- ମିଶ୍ର ସତ୍ୟନାରାୟଣ

Leave A Reply

Your email address will not be published.

17 + 6 =