ଜଗତସିଂହପୁରରେ ମହାରାଷ୍ଟ୍ରର ଜଣେ ସୁନା କାରିଗରଙ୍କ ଆତ୍ମହତ୍ୟା

0 734

ଜଗତସିଂହପୁର (ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ବଡବଜାରରେ ଦୀର୍ଘ 6 ବର୍ଷ ଧରି ରହୁଥିବା ମହାରାଷ୍ଟ୍ରର ଜଣେ ସୁନାକାରିଗର ଆତ୍ମହତ୍ୟା କରିଥିବା ସୁଚନା ମିଳିଛି। ସୂଚନା ଅନୁସାରେ ମହାରାଷ୍ଟ୍ର ର ସାଙ୍ଗମା ଜିଲାର ନଗପା କାମ୍ବଲେ ଙ୍କ 32ବର୍ଷୀୟା ପୁଅ ସର୍ଦ୍ଦାର କାମ୍ବଲେ ଜଗତସିଂହପୁର ବଡବଜାର ଅଂଚଳରେ ଦୀର୍ଘ 6ବର୍ଷରୁ ଉର୍ଦ୍ଧ ଦିନ ହେବ ଏକ ଭଡ଼ା ଘରେ ରହି ବିଭିନ୍ନ ସୁନା ଦୋକାନରେ ରହି କାର୍ଯ୍ୟ କରୁଥିଲା।ଆଜି ସକାଳୁ ଜଣେ ସାଙ୍ଗ ତାକୁ ଚାହା ପିଇବା ପାଈଁ ଡାକିବାରୁ ସେ କବାଟ ଖୋଲି ନଥିଲା।ଉକ୍ତ ସାଙ୍ଗର ସଂଦେହ ହେବାରୁ ଝରକା ପଟେ ଦେଖୀବାକୁ ପାଇଥିଲା ଯେ ଏକ ରଶି ସାହାଯ୍ୟରେ ଫ୍ୟାନ ରେ ଆତ୍ମହତ୍ୟା କରିଛି ସର୍ଦାର।ସାଙ୍ଗ ଜଣକ ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଖବର ଦେଇଥିଲା।ଘର ମାଲିକ ଜଗତସିଂହପୁର ପୋଲିସକୁ ଜଣାଇବା ପରେ ଜଗତସିଂହପୁର ଏସ୍ଡିପିଓ ପ୍ରିୟବ୍ରତ ଶତପଥୀ,ସଦର ତହସିଲଦାର ଡ଼,ମାନସ ରଞ୍ଜନ ଭୋଇ,ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଓ ସାଇଣ୍ଟିଫିକ ଟିମ ସହ ଉକ୍ତ ଘରର କବାଟ ଭାଙ୍ଗି ଝୁଲନ୍ତା ସର୍ଦାର ଙ୍କ ମୃତଦେହଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.

8 + four =