ବବିଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟ ସହିତ ଜିଲ୍ଲାର ଛାମୁଆଁ ସଙ୍ଗଠନର ନେତୃବୃନ୍ଦ

0 1,465

ଜଗତସିଂହପୁର : ଜାତୀୟସ୍ତରରେ ଚମକିଲେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଭାଇ)। ନିଜର ନିଷ୍ଠା , ପରିଶ୍ରମ, ବିକାଶମୂଳକ କାର୍ଯ୍ୟପନ୍ଥା ,ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସବୁବେଳେ ଚେଷ୍ଟିତ ଥିବା ପ୍ରଣବ ଦାସ ଆଜି ଜାତୀୟସ୍ତରରେ ପରିଚିତ ହୋଇଛନ୍ତି।
ଫ୍ରେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ସାରା ଦେଶର ବିଧାୟକମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ଶ୍ରେଷ୍ଠ ୫୦ ବିଧାୟକ ତାଲିକାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସ୍ଥାନ ପାଇଛି। ବିଧାୟକମାନଙ୍କ କାର୍ଯ୍ୟ ଦକ୍ଷତା , ଲୋକ ସମ୍ପର୍କ , ବିଧାନସଭାରେ ବିତର୍କ ଓ ଯୋଗାଯୋଗର ସାମର୍ଥ୍ୟ ଆଦି ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି । ଦେଶର ୪୧୨୩ ବିଧାୟକଙ୍କ ଭିତରୁ ଶ୍ରେଷ୍ଠ ୫୦ ଜଣ ବିଧାୟକଙ୍କୁ ବଛା ଯାଇଥିଲା।

ଆଉ ଏହି ତାଲିକାରେ ଇଣ୍ଟେଟ କ୍ଷେତ୍ରରେ ସ୍ଥାନ ପାଇଛନ୍ତି ବିଜେଡିର ନୂତନ ଓଡିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ସମସ୍ୟା ଦୂର କରିବାରେ ଅଗ୍ରଣୀ ଭୂମିକା ନେଇଛନ୍ତି ବବି ଭାଇ । ସେ ସବୁବେଳେ ନିଜ କଥା ନ ଭାବି ନିଜ ଜୀବନକୁ ଲୋକଙ୍କ ହିତ ପାଇଁ ଉତ୍ସର୍ଗ କରିଦେଇଛନ୍ତି। ଏହା ସମ୍ଭବ ହୋଇ ପାରିଛି କେବେଳ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ। ଯେଉଁଥି ପାଇଁ ଆଜି ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ଭିତରେ ସେ ସ୍ଥାନ ପାଇଛନ୍ତି। ଯାହା କେବଳ ଯାଜପୁର ନୁହେଁ ସାରା ଓଡ଼ିଶାକୁ ଗର୍ବିତ କରିଛି ବୋଲି ଯୁବ ଜନତା ଦଳ ରାଜ୍ୟ ଉପସଭାନତ୍ରି ମନ୍ଦାକିନୀ କର ଫୋନ୍ ମଧ୍ୟମରେ ତାଙ୍କର ବିବୃତି ରଖିଛନ୍ତି । ଏହାସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ଜଗତସିଂହପୁର ଜିଲ୍ଲା ବିଜେଡ଼ି ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଇଲେ ଦଳର ଛାମୁଆ ଯୁବ ଛାତ୍ର ସଙ୍ଗଠନ ର ନେତ୍ରୁ ବୁନ୍ଦ ତଥା ଯୁବ ବିଜେଡ଼ି ସମ୍ପାଦକ ରଶ୍ମୀ ରଞ୍ଜନ ଚୌଧୁରୀ,ଦେବଦତ ଖଣ୍ଡୁଆଳ,ସରୋଜ ବିଶ୍ଵାଳ, ସୌମ୍ୟ ରଂଜନ ପଲଟଶିଂ,
ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ବିଜୟ ଶଙ୍କର ଦାସ,କାର୍ଯ୍ୟକାରୀ ସଭାପତି ସୂମିତ୍ ଲେଙ୍କା, ସ୍ମୃତି ରଞ୍ଜନ ନାୟକ କଟକ ଜୋନ୍ ଛାତ୍ର ବିଜେଡ଼ି ଉପସଭାପତି ପ୍ରଭୃତି ମହାପାତ୍ର,ପାରାଦୀପ ଯୁବ ଜନତା ସଭାପତି ତ୍ରିଲୋଚନ ତରାଇ, ଆଲୋକ ମହାପାତ୍ର,ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସୁଜିତ୍ ମହାନ୍ତି,ଏରସମା ଛାତ୍ର ବିଜେଡ଼ି ସଭାପତି ବରଦା ରାଉତ,ତିର୍ତ୍ତୋଲ ଦେବି ପ୍ରସାଦ ମହାପାତ୍ର ଇତ୍ୟାଦି ବହୁ ଯୁବ ଛାତ୍ର ନେତା ଏହି କରୋନା ମହାମାରୀ ସମୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

nineteen + two =