ରମାକାନ୍ତ ଯିବେ କୁଆଡେ ? ବିଜେଡି ସର୍ତ ମାନିବାକୁ ନାରାଜ !

0 1,385

ଜଗତସିଂହପୁର : ବିଜେପି ଛାଡିଲେ ରମାକାନ୍ତ ଭୋଇ । ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିବା ସୂଚନା ମିଳିଛି । ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ରମାକାନ୍ତ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ତଳେ ତିର୍ତ୍ତୋଲ ଆସନରୁ କଂଗ୍ରେସ ପ୍ରାର୍ଥୀ ହେଉଥିବା ରାଜକିଶୋର ବେହେରା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ତାଙ୍କୁ ସେଠାରେ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଦଳର ଏଭଳି ରଣନୀତିକୁ ନେଇ ରମାକାନ୍ତ ଭୋଇ ଅସନ୍ତୁଷ୍ଟ ଥିଲେ । ଯାହାକି ତାଙ୍କୁ ଗତକାଲି କିଛି ସମର୍ଥକ ଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟଳୟରେ ଦେଖିବାକୁ ମିଳିଥିଲା ,
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୪,୦୦୦ ଭୋଟ୍ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିର ରମାକାନ୍ତ ଭୋଇ ପ୍ରାୟ ୫୩୦୦୦ ଖଣ୍ଡ ଭୋଟ୍ ପାଇଥିଲେ । ପ୍ରାୟ ୪୦,୦୦୦ ଖଣ୍ଡରୁ ଅଧିକ ଭୋଟ୍ ବ୍ୟବଧାନରେ ବିଷ୍ଣୁ ଦାସ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରେ ଦ୍ବିତୀୟ ସ୍ଥାନରେ ଥିବା ରମାକାନ୍ତ ଭୋଇ ଦେଖିବାକୁ ଗଲେ ବିଗତ ବର୍ଷ ପୂର୍ବରୁ କଟକ ରେ ବିଜେଡ଼ି ତାଙ୍କୁ କର୍ପୋରେଟର ଟିକେଟ ନ ଦେବାରୁ ସେ ବିଜେପି କୁ ନିଜର କରିନେଇଥିଲେ କିନ୍ତୁ ଆଜି ବିଜେପି କୁ ଛାଡ଼ିଛନ୍ତି ଭୋଇ । ରାଜକିଶୋର ବିଜେପିକୁ ଆସିବା ପରଠାରୁ ସେ ଅସନ୍ତୁଷ୍ଟ ଥିଲେ । ଯାହା କିଛି ଦିନ ହେଲା ବାରି ହେଉଥିଲା ସେ ଦଳ ଛାଡିବେ ବୋଲି
ଗତ କିଛି ଦିନ ହେବ ରମାକାନ୍ତ କିଛି ବିଜେଡି ନେତାଙ୍କ ସଂପର୍କରେ ଥିଲେ ବୋଲି ଶୁଣିବାକୁ ମିଳୁଥିଲା । ତେବେ ସେ ବିଜେପି ଛାଡିବା ପରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଖବର ମୁତାବକ ରମାକାନ୍ତ କାଳେ ବିଜେଡି ଯିବା ପୂର୍ବରୁ କିଛି ସର୍ତ୍ତ ରଖୁଛନ୍ତି ଯାହା ବିଜେଡି ରାଜି ନଥିବା ବେଶେଷ ସୂତ୍ରରୁ ପ୍ରକାଶ ହୋଇଛି ।
ହେଲେ ରମାକାନ୍ତ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ସେ କେଉଁ ଦଳକୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ ଯେ, କଂଗ୍ରେସରୁ କେବଳ ରାଜକିଶୋର ବେହେରା ନୁହଁନ୍ତି ପୂର୍ବତନ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ମଲ୍ଲିକ, କିଛି ଛୁମୁହା କର୍ମୀ ଦଳ ଛାଡିଛନ୍ତି । ରାଜକିଶୋର ବେହେରା ବୃତ୍ତିରେ ଜଣେ ଆଇନଜୀବୀ ହୋଇଥିବା ବେଳେ ତାଙ୍କୁ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

fifteen + 2 =