ଭୁବନେଶ୍ୱର : ପୂର୍ବତନ ବାଚସ୍ପତି,ଏକାଧିକବାର ମନ୍ତ୍ରୀ ତଥା ବାଗ୍ମୀ ଓ ସଂସ୍କୃତିପ୍ରାଣ ଶ୍ରୀ ଶରତ କୁମାର କର 81 ବର୍ଷ ବୟସରେ ଆଜି ପରଲୋକ ଗମନ କରିଛନ୍ତି।ମାହାଙ୍ଗା ନିର୍ବାଚନମଣ୍ଡଳୀର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସେକ୍ ମତଲୁବ ଅଲ୍ଲୀଙ୍କର ନିକଟରେ ବିୟୋଗ ଘଟିବା ପରେ ସେହି ମାଟିର ଆଉଜଣେ ବରପୁତ୍ରଙ୍କୁ ଶରତ କୁମାର କରଙ୍କ ପରଲୋକ ଦୁଃଖଦାୟକ।ଶ୍ରୀ କରନଙ୍କ ବିୟୋଗରେ ଓଡିଶା ତା’ର ଜଣେ ବରପୁତ୍ରଙ୍କୁ ହରେଇଲା ବୋଲି କହିହେବ।ଓଡିଶାର ପ୍ରଜ୍ଞାକାଶରେ ସେ ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ।
ସ୍ବର୍ଗତ ଶରତ କୁମାର କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦଗତି କାମନା କରୁଛୁ l