ବାତ୍ୟା ବ୍ରେକିଂ : ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌, ପାରାଦୀପ ବନ୍ଦର ତରଫରୁ ସତର୍କତା, ଜିଲ୍ଲାପାଳଙ୍କ ପରିଦର୍ଶନ

0 493

ଭୁବନେଶ୍ୱର( ପ୍ରିୟବ୍ରତ ତ୍ରିପାଠୀ)/ ପାରାଦୀପ( ଦୀପ୍ତି ରଞ୍ଜନ ଦାସ) : ବିଭିନ୍ନ ବାତ୍ୟା ମଡେଲର ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ ‘ୟାସ୍‌’ ଭଦ୍ରକର ଚାନ୍ଦବାଲିରୁ ବାଲେଶ୍ବରର ଇଞ୍ଚୁଡ଼ି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଁଠି କରିବ ତାହା କେହି ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ହୁଏତ ମଙ୍ଗଳବାର ସକାଳ ସୁଦ୍ଧା ସ୍ପଷ୍ଟ ହୋଇଯିବ।

ପ୍ରବଳରୁ ପ୍ରବଳ ବର୍ଷା :
ବାତ୍ୟା ପ୍ରଭାବରେ ମଙ୍ଗଳବାର ଅପରାହ୍ଣରୁ ବାଲେଶ୍ବର-ଭଦ୍ରକରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ଏପରିକି ୨୦୦ମିମିରୁ ବି ଅଧିକ ବର୍ଷା ହୋଇପାରେ। ସନ୍ଧ୍ୟାରୁ ପବନର ବେଗ ବଢ଼ି ରାତିରେ ଏହା ଭୀଷଣ ହେବ।

ଅତି-ଭୟଙ୍କର ପବନ:
ମଙ୍ଗଳବାର ରାତିରୁ ବୁଧବାର ସକାଳ ମଧ୍ୟରେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ୧୬୫ କିମିକୁ ବି ଅତିକ୍ରମ କରିପା‌ରେ। ୧୨୦ କିମି ଉପରେ ପବନ ବହିଲେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବ ଏବଂ କଚ୍ଚା ଘର ମଧ୍ୟ ଧରାଶାୟୀ ହେବାର ଆଶଙ୍କା ରହିଛି।

ମାଡ଼ି ଆସିବ ଜୁଆର:
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବାହାନଗା, ବାଲେଶ୍ବର, ବାଲିଆପାଳ, ଭୋଗରାଇ ଆଦି ବ୍ଲକ୍‌ର ସମୁଦ୍ରକୂଳିଆ ଅଞ୍ଚଳରେ ୩ରୁ ୪ମିଟର ଉଚ୍ଚର ଜୁଆର ମାଡ଼ି ଆସିବ ଏବଂ ବେଶ୍ କିଛି କିମି ଜନବସତି ଭିତରକୁ ପଶିଯିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ।

ଜିଲ୍ଲାପାଳଙ୍କ ପରିଦର୍ଶନ : ପାରାଦ୍ୱୀପ ବନ୍ଦର ପକ୍ଷରୁ ବାତ୍ୟା ୟସକୁ ଦୁଷ୍ଟି ରେ ରଖି ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ନେଇ ପସ୍ତୁତି ଆରମ୍ବ ହେଇଛି.ଆଜି ଜଗତସିଂହପୁର ଜିଲ୍ଲାପାଳ ପାରାଦ୍ୱୀପ ରେ ଥିବା ସମସ୍ତ ବାତ୍ୟାଆର୍ଶୟ ସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି. ଯେକୌଣସି ମୁହୂର୍ତ୍ତ ରେ ବାତ୍ୟା ୟସ ର ମୁକାବିଲା କରିବା ପାଇଁ ପାରାଦ୍ୱୀପ ପୌର ପରିଷଦରେ ପୌର ଅଧିକାରୀ ଙ୍କ ସହ ଏକ ଜରୁରୀକାଳୀନ ପସ୍ତୁତି ବୈଠକ କରିଥିଲେ.ତଳିଆ ଅଞ୍ଚଳ ର ଲୋକମାନଙ୍କୁ ନିରାପଦ ସ୍ଥାନ ଓ ବାତ୍ୟା ଆଶ୍ୟୟ ସ୍ଥଳକୁ ସ୍ଥାନସ୍ତର କରିବାକୁ ନିର୍ଦେଶ ଦେଇଛନ୍ତି

ସମସ୍ତେ ମଙ୍ଗଳ ଓ ବୁଧବାର ସତର୍କ ରହନ୍ତୁ। ମଙ୍ଗଳବାର ଅପରାହ୍ଣ ସୁଦ୍ଧା ସମୁୁଦ୍ରକୂଳ ଅଞ୍ଚଳରୁ ସୁରକ୍ଷିତ ଜାଗାକୁ ଚାଲିଆସନ୍ତୁ। ବାତ୍ୟା ବେଳେ ଘରୁ ପଦାକୁ ନ ବାହାରି ଘର ଭିତରେ ରହନ୍ତୁ। କୋଭିଡ୍‌ ନିୟମକୁ ମାନି ସତର୍କ ରହନ୍ତୁ।

Leave A Reply

Your email address will not be published.

one × two =