+କ୍ୟାଟାଗୋରୀ A ଜିଲ୍ଲାରେ ରାତି ୮ ଯାଏଁ ଦୋକାନ ଖୋଲା
+କ୍ୟାଟାଗୋରୀ B ଜିଲ୍ଲାରେ ସଂଧ୍ୟା ୫ ଯାଏଁ ଦୋକାନ ଖୋଲା
+କ୍ୟାଟୋଗୋରୀ B ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଜାରି ରହିବ
+ସମଗ୍ର ରାଜ୍ୟରେ ବସ୍ ସେବାକୁ ଅନୁମତି
+ପୁରୀରେ ୨୫ ଜୁଲାଇ ପରେ ବସ୍ ଚଳିବ
+ବିୟୁଟି ପାର୍ଲର, ସ୍ପା, ଜିମ୍ ଖୋଲିବ
ଭୁବନେଶ୍ୱର: ରାଜ୍ୟ ସରକାର ଆଂଶିକ ଲକଡାଉନ୍ କୁ ଅଗଷ୍ଟ ୧ ଯାଏଁ ବଢ଼ାଇ ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି । ଜୁଲାଇ ୧ ବେଳକୁ ସଂକ୍ରମଣ ହାର ୫ ପ୍ରତିଶତ ଥିଲା । ବର୍ତ୍ତମାନ ତାହା ୩ ପ୍ରତିଶତକୁ ଖସିଛି । ଦୈନିକ ସଂକ୍ରମଣ ସଂଖ୍ୟା ଦେଖିଲେ ପ୍ରାୟ ୨ ହଜାର ରହୁଛି । ସେଥିରେ ଉପକୂଳ ଜିଲ୍ଲାରୁ ୮୦ ପ୍ରତିଶତ ସଂକ୍ରମିତ ବାହାରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଂଶିକ ଲକଡାଉନ୍ କୁ ଅଗଷ୍ଟ ୧ ଯାଏଁ ବଢ଼ାଇ ଦେଇଛନ୍ତି । ତେବେ ଏଥିରେ ପୂର୍ବ କଟକଣାକୁ ଆହୁରି କୋହଳ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
ସଂକ୍ରମଣ ହାର ଦୃଷ୍ଟିରୁ ପୂର୍ବଭଳି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୨୦ ଜିଲ୍ଲାକୁ କାଟାଗୋରି-ଏ ଏବଂ ଉପକୂଳ ଓଡ଼ିଶାର ୧୦ ଜିଲ୍ଲାକୁ କାଟାଗୋରି-ବି ରେ ବିଭକ୍ତ କରାଯାଇଛି । ଦୁଇଟି ଯାକ କାଟାଗୋରିରେ ପୂର୍ବରୁ ଥିବା କଟକଣାକୁ କୋହଳ କରାଯାଇଛି । ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହୁଥିବା ବେଳେ କାଟାଗୋରି-ବି ଜିଲ୍ଲାଗୁଡ଼ିକରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ ।