ନ୍ୟାୟ ଅପେକ୍ଷାରେ ୪ ନଂ ଜୋନ ବାଲିକୁଦା

0 768


ଜଗତସିଂହପୁର: ଗତକାଲି ବଘେଇ ପୁର ଗ୍ରାମର କୃଷ୍ନଚନ୍ଦ୍ର ବିଶ୍ଵାଳ ପିତା ଧ୍ରୁବ ବିଶ୍ଵାଳ ,ନିଜ ବ୍ୟବସାୟ କରୁଥିବା କୁକୁଡ଼ା କାଉଣ୍ଟର ରୁ ,ଅଟୋ ନେଇ ଘରକୁ ଫେରୁଥିବା ବେଳେ ଜିଲ୍ଲାପରିଷଦ ଙ୍କ ଦିଅର ଓ ଅନ୍ୟ ସାଥୀମାନେ ତାଙ୍କୁ ବାଟରେ ଅଟକାଇ , ରାଜନୈତିକ ଅଭିସନ୍ଧି ରଖି ଗାଳିଗୁଲଜ କରିବା ସହ ମାଡ ମାରିବା ପରେ ତାଙ୍କ ପକେଟ୍ ରୁ 30000/ଟଙ୍କା ଛଡାଇ ନେଇଥିଲେ ।ସେ ରାସ୍ତାରେ ବସି କାନ୍ଦୁଥିବା ବେଳେ , ପୁଣି ଫେରି ଆସି ଭୁଲ ମାନିଥିଲେ ।ପିଲାଟି ତାଂକୁ କ୍ଷମା ଦେଇ ତା ଟଙ୍କା ଫେରେଇ ଦେବା ପାଇଁ ଆକୁଳ ନିବେଦନ କରିଥିଲା। କିନ୍ତୁ ସେମାନେ ଟଙ୍କା ନ ଫେରାଇ ଚାଲି ଯାଇଥିଲେ ।ଆଜି ପିଲାଟି ନିରୁପାୟ ହୋଇ ଅନନ୍ତପୁର ଫାଣ୍ଡି ର ଦ୍ବାରସ୍ଥ ହୋଇ FIR ଦେଇଥିଲା।
ଅନନ୍ତପୁର ଫାଣ୍ଡି ଅଫିସର ଉଭୟଙ୍କୁ ଆଲୋଚନା ପାଇଁ ସନ୍ଧ୍ୟା ବେଳେ ଡାକିଥିଲେ । କୃଷ୍ ଚଂଦ୍ର ସହ ସେହି ଗ୍ରାମର ଦୀପକ ବିଶ୍ଵାଳ ମଧ୍ଯ ଯାଇଥିଲେ ।ଆଲୋଚନା ଚାଲିଥିବାବେଳେ ହଠାତ୍ ଜିଲ୍ଲାପରିଷଦ ଙ୍କ ସ୍ବାମୀ ଓ ଅନ୍ୟ ଦୁଇ ଭାଇ ପୋଲିସ ଙ୍କ ସାମ୍ନାରେ ଦୀପକ ଙ୍କୁ ଆକ୍ରମଣ କରି ଲହୁ ଲୁହାଣ କଲେ ଓ କୃଷ୍ଣଚନ୍ଦ୍ର ଙ୍କୁ ମଧ୍ଯ ଆକ୍ରମଣ କଲେ । ପୋଲିସ କିନ୍ତୁ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଏବଂଦୀପକ ଓ କୃଷ୍ଣଚନ୍ଦ୍ର ଙ୍କୁ ଅଟକ ରଖି ବାଲିକୁଦା ଥାନା କୁ ଜଣାଇଲେ ,ପରେ ବାଲିକୁଦା ର ଦ୍ଵିତୀୟ ଥାନା ଅଧିକାରୀ ଆସି ମାଡ ଖାଇଥିବା ବ୍ୟକ୍ତି ଓ ମାଡ ମାରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣକୁ ବାଲିକୁଦା ନେଇ ଯାଇଛନ୍ତି।ଅନ୍ୟ ଦିଜଣ ମୁଖ୍ୟ ଆକ୍ରମଣ କାରି ବାଲିକୁଦା ପୋଲିସ ଆସିବା ଖବର ପାଇ ସେ ସ୍ଥାନ ଛାଡି ପଳାୟନ କରିଛନ୍ତି ।
ଏ କଥା ସାରା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚାର ବିଷୟ ହୋଇ ଥିବା ବେଳେ , ପୋଲିସ ପ୍ରଶାସନ ଅଭିଯୁକ୍ତ ଙ୍କୁ କି ଦଣ୍ଡ ଦେଉଛି ଅପେକ୍ଷା ରେ ଅଛନ୍ତି । ପୋଲିସ ପ୍ରଶାସନ ନିର୍ବାଚିତ ଜନପ୍ରତିନିଧି ବୋଲି କୋହଳ ମନୋଭାବ ପ୍ରକାଶ କରିବ ନାଁ ଅସହାୟ ଙ୍କୁ ନ୍ୟାୟ ପ୍ରଦାନ କରିବାରେ ସହାୟକ ହେବ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.

fourteen + nine =