ପୁସ୍ତକ ସମୀକ୍ଷା: ‘ଶବ୍ଦର ଶରଶଯ୍ୟା’

0 397

ଲେଖକ: ପ୍ରମୋଦ କୁମାର ଲେଙ୍କା

ପ୍ରକାଶକ: ଶାନ୍ତିସେନା ପବ୍ଲିକେଶନ

ସମୀକ୍ଷକ: ରଶ୍ମି ସାମଲ

ସୌଭାଗ୍ୟକୁ ଦିନେ କବି ପ୍ରମୋଦ କୁମାର ଲେଙ୍କାଙ୍କ ” ଶବ୍ଦର ଶରଶଯ୍ୟା “କବିତା ପୁସ୍ତକଟିକୁ ପଢ଼ିବାର ସୁଯୋଗ ପାଇଲି।କବିତା ଗୁଡିକ ପଢ଼ିସାରି ଏହାର ସ୍ଵତନ୍ତ୍ରତା ଦେଖି ଖୁଵ ଆନନ୍ଦିତ ଓ ବିହ୍ଵଳିତ ହୋଇ ପଡିଲି। ଅତିଚମତ୍କାର ,ହୃଦୟସ୍ପର୍ଶୀ ଓ ଉଚ୍ଚକୋଟୀର,ମୋଟ ଉପରେ ଦେଖିବାକୁ ଗଲେ କବିଙ୍କ ମାନସ ସନ୍ତାନ ଏକ ସମ୍ବେଦନଶୀଳ ଦରଦୀ ମନର ଅକୁହା କଥାକୁ ପରିପ୍ରକାଶ କରିବାରେ ଶତମୁଖର ,କବିତା ସଂକଳନ ର ଶବ୍ଦ ଗୁଡିକ ଯେପରି ମାର୍ଜିତ ସେହି ପରି ପ୍ରତୀକାତ୍ମକ ଓ କେତେକ ସ୍ଥାନରେ ଉଛୁଳା ମନର ଆବେଗକୁ ପରିପ୍ରକାଶ କରିବାରେ ଚେଷ୍ଟିତ।ଶବ୍ଦ ସରଶଯ୍ୟାର ଶବ୍ଦ ଗୁଡିକ ଅନ୍ତରର ଆବେଗତାକୁ ପ୍ରକାଶ କରିବାରେ ସିଦ୍ଧ ହସ୍ତ।କେଉଁଠି କେଉଁଠି କବି ନିଜର ଜନ୍ମ ମାଟି ପ୍ରତି ତାଙ୍କର ମମତାକୁ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି।କେଉଁଠି ସାମ୍ପ୍ରତିକ ବିଧି ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।ତାଙ୍କ ଭାବ ପ୍ରବଣତା ତଥା ସ୍ବପ୍ନ ମନସ୍କ ଚିନ୍ତା ଧାରାକୁ ପରିପ୍ରକାଶ କରିବାକୁ ଯାଇ ,
“ନାୟିକା” କବିତା ରେ ସେ ଲେଖିଛନ୍ତି,
ସ୍ବପରେ
ସେ ମୋତେ ଡାକୁଥିଲା
ଶିଖାଇ ଦେବାକୁ
ସୂର୍ଯ୍ୟ ନମସ୍କାର
ବେଦ ବେଦାନ୍ତ ,ଦର୍ଶନ,କାମସୂତ୍ର,
ଚିହ୍ନାଇ ଦେବାକୁ
ଚାଣକ୍ୟ,ଆର୍ଯ୍ୟାବର୍ତ୍ତ,
ବିକ୍ରମାଦିତ୍ୟଙ୍କ ନବରତ୍ନ
ଅଖଣ୍ଡ ଭାରତ।,,,,

କବି ,ମୋ ଦେଶ ,କବିତାରେ ନିଜର ମା ମାଟି ପ୍ରତି ନିଚ୍ଛକ , ଭଲ ପାଇବାକୁ ଯାଇ ଲେଖିଛନ୍ତି,

ଭାରତ ମୋ
ଶୈଶବର ଷଠୀ
ଯୌବନର ବହାବେଦୀ
ବାର୍ଦ୍ଧକ୍ୟ ବୈକୁଣ୍ଠ।,,,

ସେହିପରି “ପିଡିତା “କବିତାରେ ଆଧୁନିକ ବିଚାର ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରି ଲେଖିଛନ୍ତି,

ଦେହର ଭୂଗୋଳ ମାନଚିତ୍ରରେ
ଖୋଜିଥାନ୍ତି କ୍ଷତ
ଧର୍ଷଣର ନଖଦନ୍ତ ଚିହ୍ନ ସହ
ରକ୍ତଭିଜା ବସ୍ତ୍ର
ପରୀକ୍ଷା ହୁଏ
ପାରସ୍ପରିକ ସମ୍ପର୍କର ସଂଘାତ
ନିରୀକ୍ଷା ପରେ
ନିର୍ଣ୍ଣିତ ହୁଏ ଚରିତ୍ର।,,

କବି ,ଚକୋର, କବିତାରେ ନାରୀ ଚରିତ୍ରକୁ ବ୍ୟାଖ୍ୟା କରିବାକୁ ଯାଇ ଲେଖିଛନ୍ତି,

ତୁମକୁ ପଢିବାକୁ
ନିଅନ୍ତ ପଡେ ଆୟୁଷ
ଅନୁଭବେ ପରଖିଛି
କେତେ ବର୍ଷା ବସନ୍ତ ବୈଶାଖ
ଋତୁ ସବୁ ତୁମ ବିନା
ରଂଗହୀନ ଲାଗନ୍ତି ଅବଶ୍ୟ।,,,

ସେହି ପରି, ନୀଳଜହ୍ନ ,କବିତାରେ ପ୍ରେମର ଭାଷାକୁ କବି ଖୁଵ ସୁନ୍ଦର ଭାଷାରେ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି,,
ଋତୁ ରାଜ ଆକର୍ଷଣେ
ବଢ଼ୁଅଛି ପ୍ରେମର ସଂକ୍ରମଣ
ମଳୟର ମୃଦୁ ହିଲୋଳରେ
ପ୍ରଣୟିଙ୍କୁ କରେ ଉଚ୍ଚାଟନ।,,,

ପାନ୍ଥଶାଳା କବିତାରେ କବି ଙ୍କ ମନର ନୈରାସତା ବାରି ହୋଇ ପଡୁଛି।ଯେପରିକି,,

ଉଦୟରୁ ଅସ୍ତ ରହି ମୁ ଆସକ୍ତ
ଲଭିଲି ମୁଁ ଅଧୋଗତି
ଆନଦ ବିଷାଦ ଜୟ ପରାଜୟ
କର୍ମ ଫଳ ପରିଣତି।,,

ବର୍ଷା କବିତାରେ କବି ନିଜର ପ୍ରକୃତି ପ୍ରୀତିର ଅବତାରଣା କରିଛନ୍ତି।

ବର୍ଷାର ଗୁଞ୍ଜରିତ ଗଜଳରେ
ପୁଣି ଥରେ ସବୁଜ ଶାଢ଼ୀ ପିନ୍ଧି
ସଜେଇ ହେବେ କଦମ୍ବ ଓ କାକଟସ,
ହେନା ଜୁଇ କେତକୀ ମଲ୍ଲୀ ମୁଁହରେ
ଚହତିବ ସ୍ଵକୀୟ ସୁବାସ।,,,

ସମସ୍ତ କବିତା ଗୁଡିକର ଭାବ ,ଭାଷା ଅତ୍ୟନ୍ତ ଆକର୍ଷଣୀୟ,
କବି ବୃତ୍ତିରେ ଶିକ୍ଷକତା ,କିନ୍ତୁ ସାହିତ୍ୟ ରେ ରୁଚି ନିଆରା।କବି ଙ୍କର ଏହି ଦ୍ୱିତୀୟ ସଂକଳନ ଟି ର
ପ୍ରଛଦଟି ଅତି ଉଚ୍ଚକୋଟିର ହୋଇଛି।ଯାହା କି
ଶାନ୍ତି ସେନା ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବି ଙ୍କର ଏହି ସଂକଳନ “ଶବ୍ଦର ଶରଶଯ୍ୟା “ନିଶ୍ଚୟ ପାଠକୀୟ ଆଦୃତି ପାଇବ ,ଏଥିରେ ସନ୍ଦେହ ନାହିଁ,ସୃଜନଶୀଳତାକୁ ଅତି ସୁନ୍ଦର ଭାବେ ପରିପ୍ରକାଶ କରି ପାରିଛନ୍ତି।ଯାହା ସମସ୍ତ ହୃଦୟକୁ ଛୁଇଁବ ,ସ୍ରଷ୍ଟା ଙ୍କୁ ମୋର ଆନ୍ତରିକ ସମ୍ମାନ।

ରଶ୍ମି ସାମଲ

Leave A Reply

Your email address will not be published.

one + fifteen =