ପୁସ୍ତକ ସମୀକ୍ଷା : ‘ଫୁଲ ପରି ମହକିବା’

0 414

ସମୀକ୍ଷକ : ରଶ୍ମି ସାମଲ

ଲୋକପ୍ରିୟ ପ୍ରକାଶକ ଶ୍ରୀଯୁକ୍ତ ରଜତ ରଶ୍ମି ସ୍ବାଇଁ ଙ୍କ ପ୍ରକାଶନୀ ସଂସ୍ଥା ଶାନ୍ତିସେନା ଦ୍ଵାରା ପ୍ରକାଶିତ ଶ୍ରୀଯୁକ୍ତ ଦେବେନ୍ଦ୍ର କରଙ୍କ ଦ୍ୱାରା ଲିଖିତ “ଫୁଲ ପରି ମହକିବା”ଶିଶୁ ଗଳ୍ପ ପୁସ୍ତକଟି ସମୂର୍ଣ୍ଣ ପାଠକଲି।ଶିଶୁମାନଙ୍କ ମନକୁ ଛୁଇଁବା ଭଳି ଅତି ଉଚ୍ଚକୋଟିର ପୁସ୍ତକ।ଏହାର ପ୍ରତ୍ୟକ ଲେଖା ଖୁବ ଶିକ୍ଷଣୀୟ, ଲେଖକ ଏହି ସବୁ ଗଳ୍ପ ମାଧ୍ୟମରେ କିଛି ନା କିଛି ଉପଦେଶ ପ୍ରଦାନ କରିବା ସହିତ ଶିଶୁ ମାନଙ୍କୁ ସୁନ୍ଦର ବାର୍ତ୍ତା ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ତାଙ୍କର ଭାଷା ଗୁଡିକ ଯେତିକି ସରଳ ଶବ୍ଦ ବିନ୍ୟାସ ସେତିକି ଚମତ୍କାର।ସେ କେବଳ ଜଣେ ଶିଶୁ ସାହିତ୍ୟିକ ନୁଁହନ୍ତି,ଆଗ ଧାଡ଼ିର ଗାଳ୍ପିକ ଓ ପ୍ରାବନ୍ଧିକ ମଧ୍ୟ।ବର୍ତ୍ତମାନର ଶିଶୁ ମନସ୍ତତ୍ୱକୁ ବୁଝିଲା ଭଳି ଏହି ପୁସ୍ତକଟିରେ ସର୍ବମୋଟ ତେଇଶ ଟି ଗଳ୍ପ ରହିଛି।କେତେକ ଗଳ୍ପ ପରିବେଶ ସନ୍ତୁଳନ ବୃକ୍ଷରୋପଣ ଆଦି ଦିଗରେ ପିଲା ମାନଙ୍କୁ ସଚେତନ କରାଇବା ବେଳେ କେତେକ ଗଳ୍ପ ପୌରାଣିକ ଉପାଖ୍ୟାନ ଗୁଡିକୁ ନେଇ ଲିଖିତ ଯାହାକି ପିଲା ମାନଙ୍କ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ।ଏହି ଯେମିତି ,
“ମିନୁକୁ ମିଳିଲା ବନ୍ଧୁଟିଏ”
ଗଳ୍ପରେ ବୃକ୍ଷରୋପଣ ଦିଗରେ ପିଲା ମାନଙ୍କୁ ସଚେତନ କରାଯାଇଛି।
“ଜିନିଷର ସଠିକ ଉପଯୋଗ”
ଗଳ୍ପରେ ଲେଖକ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ପରସ୍ପର କୁ ସାହାଯ୍ୟ ଓ ସହଯୋଗ କରିବା ଆମର ପ୍ରଥମ ଦାୟିତ୍ୱ ଓ କର୍ତ୍ତବ୍ୟ ,ଠିକ ସେମିତି,”ଭୁଲ ଥିଲେ ସୁଧାରି ନିଅ”
ଗଳ୍ପରେ ଲେଖକ ପିଲା ମାନଙ୍କୁ ଏକ ଚମତ୍କାର ବାର୍ତ୍ତା ଦେବା ପାଇଁ କହିଛନ୍ତି ସର୍ବଦା ସତ୍ୟ କହିବା ଉଚିତ।ଯଦି କେବେ କେହି ଭୁଲ ଟିକେ କରି ଦେଇଥାଏ।ତେବେ ତାହା ମାନି ନେବା ଉଚିତ।ଏହାଦ୍ୱାରା ପିଲା ମାନଙ୍କର ଚାରିତ୍ରିକ ସୁଧାର ଆସିଥାଏ।”ଗଛ ସୁଝିଦିଏ ଋଣ “
ଗଳ୍ପଟିରେ ଲେଖକ ଦର୍ଶାଇବାକୁ ଚାହିଁଛନ୍ତି ଯେ କୌଣସି ଗଛ ଲଗାଇବା ଉଚିତ।ପ୍ରତ୍ୟକ ଗଛ ଉପଯୋଗୀ।ବୃକ୍ଷର ପ୍ରତ୍ୟକ ଅଂଶ ଆମର ଉପକାର ରେ ଆସିଥାଏ।ଆମେ ଯଦି ତା ଯତ୍ନ ନେବା ସେ ମଧ୍ୟ ଆମର କିଛି ନା କିଛି ଉପକାରରେ ଆସି ଆମ ଋଣ ସୁଝିଦେବ।”ବନ୍ଧୁତା ଗଢିବା ଗୁଣ ପରଖି”
ଗଳ୍ପ ଟିରେ ଲେଖକ ଉପଦେଶ ଛଳରେ କହିଛନ୍ତି ଜୀବନରେ ଉତ୍ତମ ବନ୍ଧୁତାର ଆବଶ୍ୟକତା ରହିଛି।ହେଲେ ବନ୍ଧୁତା ଆଢୁଆଳରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଏଡାଇଦେବା ଆଦୌ ଗ୍ରହଣୀୟ ନୁହେଁ।ସୁ ଗୁଣରେ ପରିପୂର୍ଣ ପଦ୍ଧତି ଜୀବନର ମାର୍ଗକୁ ପ୍ରସସ୍ଥ କରେ ।ଆଉ ଦୁଷ୍ଟ ପ୍ରକୃତିର ବନ୍ଧୁ ଜୀବନକୁ ନର୍କରେ ପରିଣତ କରିଦିଏ।
“ପାଣିର ମହତ୍ଵ”
ଗଳ୍ପ ମାଧ୍ୟମରେ ଲେଖକ ଜଳ ସଂରକ୍ଷଣ ର ଉପକାରୀତା ଦର୍ଶାଇଛନ୍ତି।”ପୁରସ୍କାର”
ଗଳ୍ପ ଟିରେ ଲେଖକ ଦର୍ଶାଇବାକୁ ଚାହିଁଛନ୍ତି ପୂର୍ଣ ମନରେ ନିଷ୍ଠାର ସହିତ ଯିଏ ପ୍ରତ୍ୟକ କାର୍ଯ୍ୟ କରେ ସେ ଜଣେ ସଚ୍ଚୋଟ ମଣିଷ।ଏବଂ ସେ ପୁରସ୍କାର ପାଇବାକୁ ହକଦାର ଏହିଭଳି ଦେଖିଲେ ପ୍ରତ୍ୟକ ଗଳ୍ପରେ ସାମାଜିକ ତାଙ୍କର ସାମାଜିକ ସଚେତନତା ଭରି ରହିଛି।ଯାହାକି ଶିଶୁ ଚରିତ୍ର ଗଠନରେ ଖୁବ ସହାୟକ ହେବ।
“ଧୈର୍ଯ୍ୟ ନ ଥିଲେ ସବୁ ଅସାର”
ଖୁବ ଶିକ୍ଷଣୀୟ।ପ୍ରତ୍ୟେକ ମଣିଷର ଧର୍ଯ୍ୟ ରହିବା ନିହାତି ଜରୁରୀ।ନିଜର ଧର୍ଯ୍ୟ ଅଧ୍ୟବସାୟ ମନୁଷ୍ୟକୁ ଉଚିତ ପଥରେ ଅଗ୍ରସର ହେବାରେ ସହାୟତା କରିଥାଏ।ପୌରାଣିକ ଉପାଖ୍ୟାନ” ଶ୍ରୀରାମ ଙ୍କ ଦରବାର” ଓ “ଆଉ ଜଣେ ଧର୍ମ ରାଜ “ଏବଂ “ଶ୍ରେଷ୍ଠ ମାତୃଭକ୍ତ” ନାମକ ତିନୋଟି ଗଳ୍ପ
ମାଧ୍ୟମରେ ଲେଖକ ଖୁବ ସୁନ୍ଦର ବାର୍ତ୍ତା ମାନ ଦେବାକୁ ପ୍ରୟାସ କରିଛନ୍ତି।”ଟିକି ଚଢେଇ ଓ ବରଗଛ”
ଗଳ୍ପଟି ଖୁବ ମନ ଛୁଆଁ ହୋଇଛି।ସେଥିରେ ଲେଖକ ଜଙ୍ଗଲ ସଂରକ୍ଷଣ ବୃକ୍ଷ ରୋପଣ ପରିବେଶ ସନ୍ତୁଳନ ରେ ସୁନ୍ଦର ବାର୍ତ୍ତା ମାନ ଦେଇଛନ୍ତି।”ଚରଣ ସ୍ପର୍ଶ “
ଗଳ୍ପ ମାଧ୍ୟମରେ ଋଷି ମାର୍କଣ୍ଡଙ୍କ ଉପାଖ୍ୟାନ ମାଧ୍ୟମରେ ଶିଶୁ ମାନଙ୍କୁ ଉତ୍ତମ ଚାରିତ୍ରବାନ ଓ ନମ୍ର ହେବା ପାଇଁ ଉତ୍ସାହିତ କରିବା ସହିତ ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ ର ଉପକାରୀତା ବିଷୟରେ ବର୍ଣନା କରିଛନ୍ତି।”ଚତୁର ବିରବଲ” ଗଳ୍ପରେ ଖୁବ ସରଳ ଭାଷାରେ ବିରବଲ ଙ୍କର ଚତୁରତା ବିଷୟରେ ବର୍ଣନା କରିଥିବା ବେଳେ ଯତ୍ନ କଲେ ରତ୍ନ ମିଳେ ଗଳ୍ପ ତିରେ ପ୍ରତ୍ୟକ ଜିନିଷ ପ୍ରତି ଯତ୍ନବାନ ହେବା ପାଇଁ ଉପଦେଶ ଦେଇଛନ୍ତି ସେଏହା ମଧ୍ୟ କହିଛନ୍ତି ପୁରୁଣା ଜିନିଷ କୁ ସାଇତି ରଖିବା ଉଚିତ।ପ୍ରତ୍ୟକ ଙ୍କର ଉପଯୋଗୀତା ରହିଛି।
ଆଶା କରେ ଏହି ଶିଶୁ ପୁସ୍ତକଟି ପିଲା ମାନଙ୍କର ଗଳ୍ପ ପଢିବାରେ ନିଶ୍ଚିତ ଆଗ୍ରହ ବଢ଼ାଇବ।ଦେବେନ୍ଦ୍ର କର ଙ୍କ ଭଳି ଜଣେ ଶିଶୁ ସାହିତ୍ୟିକ ସର୍ବଦା ପ୍ରଶଂସାର ପାତ୍ର ଏଥିରେ ଦ୍ବିମତ ନାହିଁ।ଏହି ସାହିତ୍ୟ କୃତ୍ତି ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।ଏହି 2022 ରେ ସତ୍ୟବାଦୀ ତରଫରୁ ଶ୍ରେଷ୍ଠ ଶିଶୁ ଲେଖକ ପୁରସ୍କାର ତାଙ୍କୁ ସାରା ଓଡ଼ିଶାରେ ଆହୁରି ଗୌରବ ଆଣି ଦେଇଛି।ଏହି ଶିଶୁ ପୁସ୍ତକ ଟି ବହୁତ ପ୍ରଶଂସା ସାଉଁଟିବ ଏହା ମୋର ବିଶ୍ୱାସ।ସ୍ରଷ୍ଟା ଙ୍କୁ ସ୍ନେହ ଶ୍ରଦ୍ଧା ଓ ଯଥା ମାନ୍ୟ ଜଣାଉଛି।

ରଶ୍ମି ସାମଲ

Leave A Reply

Your email address will not be published.

8 − 4 =