‘ଇଣ୍ଡିଆ’ ନା ‘ଭାରତ’

0 182

କ’ଣ କହୁଛି ସମ୍ବିଧାନ ?


ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କି୨୦ କୈଶଭୋଜି ନିମନ୍ତ୍ରଣପତ୍ରରେ ଦେଶର ନାମ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯାଇଥିବାରୁ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି । ଉନ୍ତ୍ର ନିମନ୍ତ୍ରଣପତ୍ରରେ ରାଷ୍ଟ୍ରପତି ମୁର୍ମୁ ନିଜକୁ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ” ବଦଳରେ “ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଉଲ୍ଲେଖ କରିଛନ୍ତି ।
ତେବେ ଆମ ସମ୍ବିଧାନ ଓ ସୁପ୍ରିମ୍‌କୋର୍ଟ ଏ ବାବଦରେ କ’ଣ କହୁଛନ୍ତି ?
ସମ୍ବିଧାନର ଧାରା ୧ରେ ଅଛି ଇଣ୍ଡିଆ, ଅର୍ଥାତ୍ ଭାରତ ରାଜ୍ୟଗୁଡ଼ିକର ସଂଘ ହେବ’। ଅର୍ଥାତ୍, ଆମ ସମ୍ବିଧାନ ଉଭୟ ‘ଇଣ୍ଡିଆ’ ଓ ‘ଭାରତ’ ନାମକୁ ସ୍ବୀକୃତି ପ୍ରଦାନ କରିଛି। ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଇଣ୍ଡିଆ’ ନାମକୁ ଘୂରା ହଟାଇ ଦେଇ କେବଳ ‘ଭାରତ’ ନାମ ରଖିବା ପାଇଁ ସମ୍ବିଧାନ ସଂଶୋଧନ କରିବେ କି?
୨୦୧୬ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟରେ ‘ଇଣ୍ଡିଆ’ ନାମକୁ ବଦଳାଇ ‘ଭାରତ” କରିବା ପାଇଁ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା । ସୁପ୍ରିମକୋର୍ଟ ଉକ୍ତ ଆବେଦନକୁ ନାକଚ କରିଦେଇଥିଲେ। ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ତତ୍‌କାଳୀନ ପ୍ରଧାନବିଚାରପତି ଟିଏସ୍ ଠାକୁର ଓ ଜଷ୍ଟିସ୍ ୟୁୟୁ ଲଳିତଙ୍କ ଖଣ୍ଡପୀଠ କହିଥିଲେ। ଜଷ୍ଟିସ୍ ଠାକୁର କହିଥିଲେ, “‘ଭାରତ ନା ଇଣ୍ଡିଆ? ତୁମେ ଏହାକୁ ଭାରତ କହିବାକୁ ଚାହୁଛ, କୁହ କିଛି ଅସୁବିଧା ନାହିଁ । ଆଉ କିଏ ଯଦି ଇଣ୍ଡିଆ କହିବାକୁ ଚାହୁଛି, ତାକୁ କହିବାକୁ ଦିଅ””

Leave A Reply

Your email address will not be published.

4 × 1 =