ଅମୃତା ଫାଉଣ୍ଡେସନର ଅମୃତୋତ୍ସବ -୨୦୨୩

0 160

ଜଗତସିଂହପୁର: ଜଗତସିଂହପୁରସ୍ଥ ଆଦିକବି ସାରଳା ସଂସ୍କୃତି ଭବନ ଠାରେ ଅମୃତା ଫାଉଣ୍ଡେସନର ଅମୃତୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ଅମୃତା ଫାଉଣ୍ଡେସନର ନିର୍ଦ୍ଦେଶକ ଡ ବଟକିଶୋର ରାୟ। ଉତ୍ସବକୁ ଉଦ୍ଘାଟନ କରି କ୍ରିୟାଯୋଗର ଅନନ୍ଯ ସନ୍ଥ ସ୍ବାମୀ ଶ୍ରଦ୍ଧାନନ୍ଦ ଗିରି କହିଲେ ଯେ ମାଆର ଋଣ କେହି ଶୁଝିପାରିବେ ନାହିଁ ହେଲେ ମାଆକଂ ସ୍ମୃତିରେ ଯଦି ଆମେ ସମାଜର ମଂଗଳ କରିପାରିବା ମାଆ ମହିମାନ୍ବିତ ହେବେ। ମୁଖ୍ଯଅତିଥି ରୂପେ ଯୋଗ ଦେଇ ସଂବାଦ ମୂଖ୍ଯ ସଂପାଦକ ତଥା ଖଣ୍ଡପଡା ବିଧାୟକ ଶ୍ରୀଯୁକ୍ତ ସୌମରଂଜନ ପଟ୍ଟନାୟକ କହିଲେ ଯେ ଅମୃତା କନ୍ଯାମାନକୁଂ ପାଠ ପଢେଇ ସେମାନକୁଂ ସ୍ବାବଲମ୍ବନଶୀଳ କରାଇବା ପାଇଁ ଅମୃତା ଫାଉଣ୍ଡେସନର ଯେଉଁ ପ୍ରୟାସ ତାହା ଅନ୍ଯମାନକଂ ପାଇଁ ଉଦାହରଣ। ସମସ୍ତେ ପ୍ରତିଭାକୁଂ ସମ୍ମାନ ଦିଅନ୍ତି, କିନ୍ତୁ ଅମୃତା ଫାଉଣ୍ଡେସନ ପ୍ରତିଭାକଂ ମାଆକୁଂ ସମ୍ମାନ ଦେଇ ମାତୃଜାତିକୁ ଗୌରବାନ୍ବିତ କରିଛନ୍ତି।

ମୁଖ୍ଯବକ୍ତା ଭାବେ ଯୋଗଦେଇ ପ୍ରସିଦ୍ଧ ସୀହିତ୍ଯିକ ବୈଷ୍ଣବ ଚରଣ ମହାନ୍ତି କହିଲେ ଯେ ଯିଏ ବୋଉ ବିଶ୍ବବିଦ୍ଯାଳୟରୁ ସଫଳତାର ସହ ଉତିର୍ଣ୍ଣ ହେଇଛି ସେ ସବୁ କ୍ଷେତ୍ରରେ ସଫଳ ହେବ। ଏହି ଉତ୍ସବରେ ସମ୍ମାନୀତ ଅତିଥିରୂପେ ଯୋଗଦେଇଥିଲେ ଓଡିଶାର ପୂର୍ବତନ ମହିଳା କମିଶନର ଅଧ୍ଯକ୍ଷା ଲୋପାମୁଦ୍ରା ମହାନ୍ତି।

ଏହି ଉତ୍ସବରେ କିଟ୍ ବିଶ୍ବବିଦ୍ଯାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତକଂ ମାଆ ଅମିତା ସାମନ୍ତକୁଂ “ଚମ୍ପା ମଦର ଆଓ୍ବାର୍ଡ ୨୦୨୩” ପ୍ରଦାନ କରାଯାଇଥିଲା। ତତ୍ ସଂଗେ ସଂଗେ ୩୫ ଜଣ ଅମୃତା କନ୍ଯାକୁଂ ପାଠ୍ଯପୁସ୍ତକ ଏବଂ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଜାତୀୟ ପୁରସ୍କାର ପାଇଥିବା ଶିକ୍ଷକ ଶ୍ରୀଯୁକ୍ତ ସୁବାସ ରାଉତକୁ ମଂଚରେ ମୂଖ୍ଯଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏତଦ୍ ବ୍ଯତୀତ ପାଂଚଜଣ କବି, ଦୁଇଜଣ ସମାଜସେବୀକୁଂ ସମ୍ବର୍ଦ୍ଧିତ କରାଯାଇଥିଲା।

ଉତ୍ସବରେ ସ୍ବାଗତ ଭାଷଣ ଦେଇଥିଲେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ନାଇଜରର କୁଳ ସଚିବ ଡ ଅଭୟ ନାୟକ ଓ ଧନ୍ଯବାଦ ଦେଇଥିଲେ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ମିଶ୍ର। ସଭା ପରିଚାଳନା କରିଥିଲେ ନିର୍ମାଲ୍ଯର ମୁଖ୍ଯ ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ନାୟକ ଏବଂ ଫଉଣ୍ଡେସନର ମୂଖ୍ଯ ସଂଯୋଜକ ଶ୍ରୀ ସଂଜମ କିଶୋର ମହାନ୍ତି। ଉତ୍ସବରେ ମାଆକୁଂ ନେଇ ଓଡିଶୀ ନୃତ୍ଯ ପରିବେଷଣ କରିଥିଲେ ସୁଶ୍ରୀ ସୁଦୀପ୍ତା, ଯାଜ୍ଞସେନୀ ।

Leave A Reply

Your email address will not be published.

twelve + 9 =