ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ
ଭୁବନେଶ୍ୱର : ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ସ୍ଥିତ ସାଲିଆସାହି ବାଜପାୟୀ ନଗର ଯାତ୍ରା ପଡିଆ ଠାରେ ପ୍ରାୟ ୭୦୦୦ ରୁ ଉର୍ଧ୍ଵ ବିଜୁ ପ୍ରେମୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି | ପ୍ରବାଦ ପୁରୁଷ ବିଜୁ ବାବୁ ଯେଉଁ ଆଧୁନିକ ଓଡିଶା ଗଠନର ସ୍ବପ୍ନ ଦେଖିଥିଲେ , ତାକୁ ବାସ୍ତବତାର ରୂପ ଦେଇଛନ୍ତି ତାଙ୍କ ସୁପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ନିଜର ଅଭିଭାଷଣ ରଖିଥିଲେ | ୧୩ ଟି ଜିଲ୍ଲାରୁ ୩୦ ଟି ଜିଲ୍ଲା, ମହିଳାଙ୍କ ପାଇଁ ୩୩ % ସ୍ଥାନ ସଂରକ୍ଷଣ ଭଳି ନିଷ୍ପତି ନେଇ ଓଡିଶା ବାସୀଙ୍କ ହୃଦୟର ସମ୍ରାଟ ଵନିଯାଇଥିଲେ ବୋଲି ମାନ୍ୟବର ସାଂସଦ ଶ୍ରୀମତୀ ସୁଲତା ଦେଓ ନିଜର ମତ ରଖିଥଲେ | ଓଡ଼ିଶାର ବିକାଶର କର୍ଣ୍ଣଧାର ତଥା ଶିଳ୍ପର ବିକାଶ ପାଇଁ ପାରାଦୀପ ଠାରେ ବନ୍ଦର , ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଭଳି ନିର୍ମାଣ କରି ଓଡ଼ିଶାର ଯୁବକ ମାନଙ୍କୁ ନିଯୁକ୍ତି ଯୋଗାଇଦେବାକୁ ପ୍ରାଧାନ୍ୟ ଦେଇ ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବାରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ବରିଷ୍ଠ ଶ୍ରୀଯୁକ୍ତ ସୁବାସ ପାତ୍ର ନିଜର କରିଥିଲେ | ଆଜିର ଏହି ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀରେ ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜୁବାବୁଙ୍କ ସହଯୋଗୀ ଥିବା ୧୦ ଜଣ ବରିଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ କୁଅଁର , ଶ୍ରୀଯୁକ୍ତ ଭଗବାନ ଜେନା, ଶ୍ରୀଯୁକ୍ତ ଶଙ୍କର ପତ୍ର, ଶ୍ରୀଯୁକ୍ତ ସମରେନ୍ଦ୍ର ସାହୁ, ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର, ଶ୍ରୀଯୁକ୍ତ ବଟକୃଷ୍ଣ ନନ୍ଦ, ଶ୍ରୀଯୁକ୍ତ ଜନକର ସାହୁ, ଶ୍ରୀଯୁକ୍ତ ବଳରାମ ବେହେରା, ଶ୍ରୀମତୀ ସଲିଲ ମହାପାତ୍ରଙ୍କୁ ମାନ୍ୟବର ବିଧାୟକ ସମ୍ବର୍ଦ୍ଧିତ କରିଥିଲେ | ଆଜିର ଏହି ଜନସଭାରେ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର, ପୂର୍ବତନ କର୍ପୋରେଟର, ସରପଞ୍ଚ , ସମିତି ସଭ୍ୟ, ଏସ ଏଚ ଜି ର ମା ମାନେ, ଯୁବକ, ଛାତ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରିବା ସହିତ ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ରାଜଗାଦିରେ ବସାଇ ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ସମସ୍ତେ ଶପଥ ନେଇଥିଲେ ଏଥି ସହିତ ଆଜି ପ୍ରାତଃ ରେ ଶଙ୍ଖ ଭାବନା ଠାରେ ବିଜୁ ଜୟନ୍ତୀ ସହିତ ଫରେଷ୍ଟ ପାର୍କ ଏବଂ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ସହିତ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା