ଭାରତୀୟ ତଟ ରକ୍ଷକ ଦ୍ଵାରା ପ୍ରଦୁଷଣ ପ୍ରତିକ୍ରିୟା କାର୍ଯ୍ୟଶାଳାର ଆୟୋଜନ

0 10

ପାରାଦୀପ(ଦୀପ୍ତିରଂଜନ ଦାଶ)  : ସମୁଦ୍ରରେ ତୈଳ ଦ୍ୱାରା ହୋଇଥିବା ପ୍ରଦୂଷଣ ପରିବେଶିକ ପରିସର ଓ ସମୁଦ୍ର ଜୀବବିବିଧତାରେ ଗୁରୁତର କ୍ଷତି ପହଞ୍ଚାଇଥାଏ, ଏହା ମତ୍ସ ଉତ୍ପାଦନ ଓ ପର୍ଯ୍ୟଟନ ଉପରି ନିର୍ଭର କରୁଥିବା ସ୍ଥାନୀୟ ଅର୍ଥନୀତିକୁ ପ୍ରଭାବିତ କରିଥାଏ ଏବଂ ଏହାର ପୁନଃସ୍ଥାପନ ଅତ୍ୟନ୍ତ ଜଟିଳ ଏବଂ ବ୍ୟୟ ସାପେକ୍ଷ ହୋଇଥାଏ। ପ୍ରଦୂଷଣର ଦୀର୍ଘମିଆନ୍ତିକ ପ୍ରଭାବ ଏବଂ ପୁନଃ ସ୍ଥାପନ ବହୁତ ଧୀର ଓ ଅନିଶ୍ଚିତ ଥାଏ କାରଣ ଅବଶେଷ ପ୍ରଦୂଷଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ପ୍ରଦୂଷଣ ପ୍ରତିକ୍ରିୟା ନିମନ୍ତେ ଦ୍ରୁତ ଏବଂ ସହଯୋଗିତାମୂଳକ ପଦକ୍ଷେପ ଏବଂ ସଠିକ୍ ଉପାୟ ଅତ୍ୟନ୍ତ ଜରୁରୀ, ଯାହା ପରିବେଶ ରକ୍ଷା, ସାମୁଦ୍ରିକ ଜୀବବିବିଧତା କୁ ବଞ୍ଚାଇବା ଓ ଉପକୂଳ ଅର୍ଥନୀତିକୁ ସୁରକ୍ଷିତ କରିବାରେ ମୂଖ୍ୟ ଭୂମିକା ନେଇଥାଏ। ଦ୍ରୁତ ଏବଂ ଏକତ୍ରିତ କାର୍ଯ୍ୟକଳାପ ଏହି ଦୁର୍ଘଟଣାକୁ ରୋକିବା ଓ ଦୀର୍ଘ୍ୟ ସମୟ ପର୍ଯ୍ୟନ୍ତ କ୍ଷତିକୁ କମେଇବାରେ ସାହାଯ୍ୟ କରେ। ସମ୍ପୂର୍ଣ୍ଣ ପ୍ରତିକ୍ରିୟାକୁ ନିଶ୍ଚିତ କରିବା ପାଇଁ ସକ୍ଷମତା ଓ ପ୍ରତିକ୍ରିୟା ବ୍ୟବସ୍ଥା କୁ ଉନ୍ନତ କରିବା ଆବଶ୍ୟକ, ଯାହା ନିର୍ଦ୍ଦିଷ୍ଟ ଭାବରେ ପୁନଃସ୍ଥାପନ ସମୟ ଓ ଖର୍ଚ୍ଚକୁ ହ୍ରାସ କରିବ।

ଏକ ପ୍ରଦୂଷଣ ପ୍ରତିକ୍ରିୟା କାର୍ଯ୍ୟଶାଳା ୧୮-୧୯ ସେପ୍ଟେମ୍ବର ୨୦୨୪ରେ ଓଡ଼ିଶା ରାଜ୍ୟର ପ୍ରାମୁଖ୍ୟ ହିତାଧିକାରୀଙ୍କୁ ନେଇ ଭାରତୀୟ ତଟ ରକ୍ଷକ ଜିଲ୍ଲା ମୁଖ୍ୟାଳୟ-୭, ପାରାଦୀପ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରାଦୀପ ବନ୍ଦର ପ୍ରାଧିକରଣ,ଧାମରା ବନ୍ଦର, ଗୋପାଳପୁର ବନ୍ଦର, ବିପିସିଏଲ, ଏଚପିସିଏଲ, ଆଇଓସିଏଲ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମାନଙ୍କର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟଶାଳା ଓଡ଼ିଶାର କମାଣ୍ଡର (ତଟ ରକ୍ଷକ ଜିଲ୍ଲା -୭) ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏହି କାର୍ଯ୍ୟଶାଳାର ମୁଖ୍ୟ ଉଦ୍ଦେଶ୍ୟ ସମୁଦ୍ରରେ ତୈଳ ପ୍ରଦୂଷଣ ସମୟରେ ସଂହତି ଓ ସଜଗତାକୁ ସୁନିଶ୍ଚିତ କରିବାର ଥିଲା। ଏହି ଅବସରରେ ଭାରତୀୟ ତଟ ରକ୍ଷକ ଜାହାଜ ‘ବରଦ’ ରେ ଏକ ମକ ଡ୍ରିଲ୍ ର ଆୟୋଜନ କରାଯାଇଥିଲା, ଯାହାର ପ୍ରାୟୋଗିକ ବାର୍ତ୍ତା ଥିଲା ତୈଳ ପ୍ରଦୂଷଣରେ କିପରି ସଂହତି ଓ ସମନ୍ୱୟ ରକ୍ଷା କରିବା ଉଚିତ୍।

ଭାରତୀୟ ତଟ ରକ୍ଷକ ଏହିପରି ସହଯୋଗୀତାମୂଳକ ପ୍ରୟାସ ମାଧ୍ୟମରେ ଭାରତର ସମୁଦ୍ର ପରିବେଶକୁ ସୁରକ୍ଷିତ କରିବାର ନିବିଡ଼ ପ୍ରତିବଦ୍ଧତାକୁ ଜାରି ରଖିଛି, ଯାହା ଭବିଷ୍ୟତରେ ତୈଳ ପ୍ରଦୂଷଣ ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଓ ସହନଶୀଳତାକୁ ନିଶ୍ଚିତ କରିଥାଏ।

Leave A Reply

Your email address will not be published.

three × 2 =