କିଛି କଥା କିଛି ବ୍ୟଥା
ଶୁଭଶ୍ରୀ ଓଡିଶା
ତୁମକୁ ପାଇଯିବାର ଲକ୍ଷ୍ୟ ନେଇ
ମୁଁ ଅତିକ୍ରମ କରିସାରିଛି ଅନେକ ଦୂରତା
ସମୟ ଟା ନିଷ୍ଠୁର ଥିଲା
ହେଲେ ନ ଥିଲା ଦୀର୍ଘ…
ଆଜି କିନ୍ତୁ ସବୁ ଅସହଜ ମନେହୁଏ
ତୁମେ ତ ଅଛ ,ମୁଁ ବି ଅଛି
ହେଲେ ଖୋଜି ପାଉନି ସେ ପ୍ରେମ
ଆଉ ହୃଦୟ ଖୋଲା ହସ
ମୋ ଓଠତଳ ନିରବ ଭାଷାକୁ
ବୁଝିନେଉଥବା ତୁମ ସେ ଦୁଇ ‘ଆଖି’
ଆଜି କିନ୍ତୁ ଖୁବ୍ ଅବୁଝା…
ବୁଝି ହେଉନି ,
ମୋ ଦେଖିବା ରେ ଭୁଲ୍ ଅଛି
ନା
ତୁମ ନଜର ବଦଳି ଯାଇଛି….
ଦୁଃଖ ତ ଏତିକି,
ମୁଁ ଓଠ ଖୋଲି କହିବା ପରେ ବି ତମେ କିଛି ବୁଝି ପାରିଲନି ।
ଆଉ
ତୁମେ କିଛି ନ କହିଲେ ବି ମୁଁ ସବୁ ବୁଝିଗଲି ।