ଜଗତସିଂହପୁର : କଟକ ନର୍ସ ନିହାରୀକା ପାତ୍ର ହତ୍ୟାକାଣ୍ଡ ନେଇ ନୂଆ ନୂଆ ଖିଅ ସାମ୍ନାକୁ ଆସୁଛି । ଗତକାଲି ବିଲୁଆଖାଇ ନଦୀରୁ ମୃତଦେହ ମିଳିଥିଲା । ଏହା ପରେ ପୋଲିସ ତନାଘନା ଆରମ୍ଭ କରିଛି । ହତ୍ୟା ଘଟଣା ପଛରେ ପ୍ରେମିକ ରାଜାର ହାତ ଥିବା ସନ୍ଦେହ ବଢିବାରେ ଲାଗିଛି । ଜଗତସିଂହପୁର ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ମିଳିଥିବା ଖବର ଅନୁସାରେ,ରାଜା ଓ ନିହାରିକାର ବିବାହ ହୋଇଥାନ୍ତା । ଏଥିପାଇଁ ନିର୍ବନ୍ଧ ମଧ୍ୟ ହୋଇଥାନ୍ତା । ନୂଆ ଘର ତିଆରି ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା । ନିହାରୀକା ନିଖୋଜ ହେବା ପରେ ୯ ତାରିଖ ଦିନ ରାଜା ହସ୍ପିଟାଲ ଯାଇଥିଲେ । ହେଲେ ୧୩ ତାରିଖରୁ ରାଜା ଘରେ ଫୋନ ଛାଡିଦେଇ ନିଖୋଜ ହୋଇଯାଇଥିବା ଅଭିଯୋଗ ବିରିଡି ଥାନାରେ ତାଙ୍କ ମା କରିଥିଲେ । ଅନ୍ୟପକ୍ଷରେ ଜଗତସିଂହପୁର ପୁଲିସ ପ୍ରେମିକ ରାଜାର 6 ସମ୍ପର୍କୀୟଙ୍କୁ ଅଟକ ରଖି ପଚରାଉଚୁରା କରୁଛି l