ପର୍ଯ୍ୟଟନର ନୂଆ ଆକର୍ଷଣ କୋହ-ଲାପି ଦ୍ୱୀପ, ଥାଇଲାଣ୍ଡ୍

0 892

ଥାଇଲାଣ୍ଡ୍କ୍ ରେ ରହିଛି ହାତିୟାଇ ଓ ସାତୁନ୍ । ଏହି ଦୁଇ ସହର ଏବେ ସାରା ଦୁନିଆର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ଅତ୍ୟନ୍ତ ମନୋମୁଗ୍ଧକର ଓ ପ୍ରାକୃତିକ ପରିବେଶରେ ଥିବା ଏହି ଦୁଇଟି ପର୍ଯ୍ୟଟନ ସ୍ଥଳୀକୁ ବିଶ୍ୱର ଅନ୍ୟାନ୍ୟ ଭାଗର ପର୍ଯ୍ୟଟକଙ୍କ ସହ ଓଡ଼ିଆ ପର୍ଯ୍ୟଟକମାନେ ମଧ୍ୟ ଗତ କିଛି ବର୍ଷ ଧରି ବହୁଳ ସଂଖ୍ୟାରେ ଯାଉଥିବା ଜଣାପଡ଼ିଛି । ଭୁବନେଶ୍ୱରରୁ ବ୍ୟାଙ୍କକକୁ ସିଧାସଳଖ ବିମାନ ଚଳାଚଳ ହେଲା ପରେ ପ୍ରତିବର୍ଷ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି । ବ୍ୟାଙ୍କକ ବ୍ୟତୀତ ଥାଇଲାଣ୍ଡର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳଗୁଡ଼ିକକୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟାରେ ବୃଦ୍ଧି ଘଟୁଛି ।
କୋହ-ଲାପି ଦ୍ୱୀପ ଥାଇଲାଣ୍ଡ୍: ସାତୁନ୍ରେ ରହିଛି ଛୋଟବଡ଼ ପ୍ରାୟ ୫୫ଟି ଦ୍ୱୀପ । ଏଗୁଡ଼ିକ ମଧ୍ୟରେ କୋହ-ଲାପି ଆଇଲାଣ୍ଡ ବା ଦ୍ୱୀପ ଅତ୍ୟନ୍ତ ମନୋମୁଗ୍ଧକର । ଦ୍ୱୀପରେ ରାତି ବିତାଇବା ପାଇଁ ରହିଛି ଅନେକଗୁଡ଼ିଏ ରିସୋର୍ଟ । ସ୍ଥାନୀୟ ବଜାର ଓ ନାଇଟ୍ କ୍ଲବ୍ । ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କର ଏହି ଦ୍ୱୀପକୁ ସୁଅ ଛୁଟେ । କୋହ-ଲାପି ଦ୍ୱୀପରୁ ଫେରିବା ବାଟରେ ପର୍ଯ୍ୟଟକ ‘ସ୍ନକରିଂ’ ବା ଜଳ ପ୍ରତିରୋଧୀ ଚଷମା ଓ ନିଃଶ୍ୱାସ ନେବା ପାଇଁ ମୁଖା ପିନ୍ଧି ପର୍ଯ୍ୟଟକ ପାଣି ତଳର ସାମୁଦ୍ରିକ ଜୀବମାନଙ୍କୁ ଦେଖି ପାରିବେ । ଏହା ପର୍ଯ୍ୟଟକମାନଙ୍କ ପାଇଁ ଅନନ୍ୟ ଅନୁଭୂତି ଆଣିଦେବ । ଅତ୍ୟନ୍ତ ସ୍ୱଚ୍ଛ ଜଳରାଶି ସହିତ ସମ୍ପୂର୍ଣ୍ଣ ଧଳା ଓ ସୁନେଲି ରଙ୍ଗର ବାଲୁକା ରାଶିର ବେଳାଭୂମି ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।

Leave A Reply

Your email address will not be published.

seven + sixteen =