ନର୍ସ ହତ୍ୟାକାଣ୍ଡ : ଧରା ଦେଲା ବୟଫ୍ରେଣ୍ଡ

0 739

ଜଗତସିଂହପୁର: ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗ୍ରାମର ନର୍ସ ନୀହାରିକା ଙ୍କ ମୃତ ଦେହ ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ମିଳିବା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି। ମୃତଦେହ ମିଳିବା ପର ଠାରୁ ଫେରାର ଥିବା ନୀହାରିକାଙ୍କ ବୟଫ୍ରେଣ୍ଡ ରାଜା ଆଞ୍ଚଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଗତ ୨ ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନୀହାରିକାଙ୍କ ମୃତଦେହ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା।

ଅନ୍ୟପକ୍ଷରେ ଗତକାଲି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ନିହାରିକାଙ୍କ ଭିଙ୍ଗାରପୁର ଘରକୁ ଯାଇ ପରିବାରବର୍ଗଙ୍କୁ ସାନ୍ତ୍ବନା ପ୍ରଦାସ କରିଥିଲେ । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ନକଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ବୋଲି ଧମକ ଦେଇଥିଲେ । ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ କଂଗ୍ରେସର ୧୦ଜଣିଆ ଟିମ୍ ମଧ୍ୟ ନିହାରିକାଙ୍କ ଭିଙ୍ଗାରପୁର ଘରେ ପହଞ୍ଚି ପରିବାରକୁ ଶାନ୍ତ୍ବନା ଦେଇଛନ୍ତି । ତୁରନ୍ତ ହତ୍ୟାକାରୀକୁ ଗିରଫ କରିବା ସହ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ସୁରେଶ ରାଉତରାୟ । ଏହାସହ ନିହାରିକାଙ୍କ ପରିବାରକୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାଯ୍ୟ ଯୋଗାଇଦେବା ସହ ସହ ସାନ ଭାଇକୁ ସରକାରୀ ଚକିରୀ ଦେବା ପାଇଁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.

thirteen − nine =