ବାଙ୍କୀ(ଆଶିଷ କୁମାର ମହାପାତ୍ର) : ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଲକ୍ଷ୍ୟ କରି ଡମପଡ଼ା ବ୍ଳକ ଅନ୍ତର୍ଗତ ଡମପଡ଼ା ମଦନମୋହନ ପୂଜା କମିଟି ଆନୁକୁଲ୍ୟରେ ଏକ ସଚେତନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟିର ସଭାପତି ଧୁର୍ବରାଜ ଦାସ ଏହି ସଚେତନତା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆସନ୍ତା ଶାରଦୀୟ ପୂଜାରେ ପ୍ଲାଷ୍ଟିକ ଓ ପଲିଥିନକୁ ବ୍ୟବହାର ନକରିବା ପାଇଁ ଉପସ୍ଥିତ ସମସ୍ତ ପୂଜାକମିଟିର ସଦସ୍ୟ ଏବଂ ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥିଭାବେ ଡମପଡ଼ା ସରପଂଚ ଦେବେନ୍ଦ୍ର କୁମାର ଧଳସାମନ୍ତ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ପ୍ଲାଷ୍ଟିକ ଓ ପଲିଥିନକୁ ତ୍ୟାଗ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ ଅତିଥିଭାବେ ସାମାଜିକ କର୍ମୀ ଗୋ÷ତମ ମିଶ୍ର ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ସାଧୁବାଦ ଜଣାଇ ସରକାରଙ୍କ ଦ୍ୱାରା ଅକ୍ଟୋବର ୨ଠାରୁ ସମଗ୍ର ରାଜ୍ୟ ତଥା ଦେଶରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଥିବା ଦର୍ଶାଇଥିଲେ । ପ୍ଲାଷ୍ଟିକ ଓ ପଲିଥିନ ପରିବର୍ତ୍ତେ କନାବ୍ୟାଗ ଓ କାଗଜ ଠୁଙ୍ଗା ଆଦିକୁ ବିକଳ୍ପଭାବେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ସାମାଜିକ କର୍ମୀ ପ୍ଲାଷ୍ଟିକ ଓ ପଲିଥିନ ଦ୍ୱାରା କିପରି ଆମ ପରିବେଶ ପ୍ରଦ୍ୟୁଷିତ ହେଉଛି ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି, ଶିକ୍ଷକ ସରେଜ କୁମାର ବେହେରା, ପୂଜା କମିଟି ସଂପାଦକ ମନୋଜ କୁମାର ମୁଳିଆ, ସଭ୍ୟ ପ୍ରଦୀପ କୁମାର ମହାନ୍ତି, ଶିବନାରାୟଣ ଧଳ, ସତ୍ୟବ୍ରତ ମିଶ୍ର, ୱାର୍ଡ ସଭ୍ୟ ପ୍ରିୟରଞ୍ଜନ ମିଶ୍ର, ଗଗନ ନାୟକ, ଆଇନଜୀବୀ ଅମ୍ବିକା ପ୍ରସାଦ ନନ୍ଦ, ପରିବେଶ ବିତ୍ ବିଜୟ କୁମାର ସାମନ୍ତରାୟ, ଅରୁଣ କୁମାର ମିଶ୍ର, ପ୍ରମୋଦ କୁମାର ବାରିକ, ପ୍ରସନ୍ନ ବଳିୟାର ସିଂହ, ବିକ୍ରମ କୁମାର ଉଦୟସିଂହ, ବିଭୁଧେନ୍ଦ୍ର କର ଓ ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ । ପୂର୍ବତନ ସ୍କୁଲ ନିରିକ୍ଷକ କାଶିନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।