ନୂଆଦିଲ୍ଲୀ, (ଶାନ୍ତିସେନା ନିଉଜ ): ପ୍ଲାଷ୍ଟିକ ବୋତଲ ପରିବେଶ ସନ୍ତୁଳନ ରକ୍ଷା କରିବାରେ ବାଧା ସୃଷ୍ଟି କରୁଥିବା ହେତୁ ଶେଷରେ ବୋତଲର ବିକଳ୍ପକୁ ଖୋଜି ବାହାର କରାଯାଇଛି ।ଖଦୀ ଗ୍ରାମଦ୍ୟୋଗ ଆୟୋଗ ବାଉଁଶର ବୋତଲ ନିର୍ମାଣ କରି ଆସନ୍ତା ଅକ୍ଟୋବର ୧ତାରିଖରେ ବଜାର ପ୍ରବେଶ କରାଇବବୋଲି ସୂଚନା ମିଳିଛି । ଏହି ବୋତଲର କ୍ଷମତା ଅତି କମରେ 750 ଏମଏଲର ରହିବ । ଏହାର ଦାମ 300 ଟଙ୍କାରୁ ଆରମ୍ଭ ହୋଇ ଆକାର ଅନୁସାରେ ବଜାର ଦର ରହିବବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏହା ପରିବେଶ ଉପଯୋଗୀ ହୋଇଥିବାରୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ।
। ଆସନ୍ତା ଅକ୍ଟୋବର 1 ତାରିଖରେ କେନ୍ଦ୍ରୀୟ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ଏହି ବାଉଁଶ ବୋତଲର ବଜାର ପ୍ରବେଶ କରାଇବାର କାର୍ଯ୍ୟକ୍ରମ ରହିଛି । ଫଳରେ ଅକ୍ଟୋବର 2ରୁ ସମସ୍ତ ଖଦୀ ଷ୍ଟୋରରେ ବୋତଲ ବିକ୍ରି କରାଯିବ ।